୨୬୦୦ ବର୍ଷର ସୁନାର ବୌଦ୍ଧ ମନ୍ଦିର: ଯାହାର ମୁକୁଟରେ ଲାଗିଛି ୫ ହଜାର ହୀରା

Published By : Prameya-News7 Bureau | April 20, 2020 IST

ମିଆଁମାର ୨୦/୦୪ : ମିଆଁମାର ନାଁ ତ ଆପଣ ଶୁଣିଥିବେ | ଏହାର ପୁରୁଣା ନାଁ ଥିଲା ବର୍ମା | ଏହି ନାଁ ଏଠାକାର ବର୍ମା ଜାତି ଉପରେ ରଖାଯାଇଛି | ଏମାନଙ୍କ ଅସଲି ନାଁ ମୟନମା | ବର୍ମା ଭାଷାରେ 'ର' ର ଉଚ୍ଚାରଣ ୟ ହୋଇଥାଏ | ଏହାର ପୂର୍ବତନ ରାଜଧାନୀର ନାଁ ମଧ୍ୟ ବଦଳାଇ ରଙ୍ଗୁନ ରୁ ୟାଙ୍ଗୁନ କରାଯାଇଥିଲା | ମିଆଁମାର ଏକ ବୌଦ୍ଧ ଧର୍ମାବଲମ୍ବୀ ଦେଶ | ଏଠାକାର ପାଖାପାଖି ୯୦ ପ୍ରତିଶତ ଜନତା ବୌଦ୍ଧ ଧର୍ମାବଲମ୍ବୀ | ଏମାନେ ବର୍ଷ ବର୍ଷ ଧରି ବୌଦ୍ଧ ଧର୍ମ ପାଳନ କରୁଛନ୍ତି | ସେଥିପାଇଁ ଏଠାରେ ବହୁତ ବୌଦ୍ଧ ମନ୍ଦିର ଅଛି |

{"id":257533,"sizeSlug":"large"}

ଏଠାକାର ପ୍ରାଚୀନ ସହର ବେଗାନ ନବମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ଯାଏଁ ପଗୋନ ସାମ୍ରାଜ୍ୟର ରାଜଧାନୀ ଥିଲା | ସେତେବେଳେ ସେମାନେ ମିଆଁମାରରେ ୪ ହଜାରରୁ ଅଧିକ ବୌଦ୍ଧ ମନ୍ଦିର, ପାଗୋଡା ଓ ମଠ ନିର୍ମାଣ କରିଥିଲେ | ଏଥିମଧ୍ୟରୁ ୩୮୨୨ ମନ୍ଦିର ଏବଂ ପାଗୋଡାର ଅବଶେଷ ଆଜି ମଧ୍ୟ ରହିଛି | ଏହି ଜାଗା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳରେ ସାମିଲ ରହିଛି |

{"id":257534,"width":584,"height":389,"sizeSlug":"large"}

ମିଆଁମାରର ଶେଭେଡାଗନ୍ ପାଗୋଡାକୁ ସେଠାକାର ସବୁଠାରୁ ମହତ୍ୱପୂର୍ଣ୍ଣ ଓ ଶୁଭ ପାଗୋଡା ବୋଲି ବିଶ୍ୱାସ କରାଯାଏ| ୧୧୨ ମିଟର ଉଚ୍ଚତା ବିଶିଷ୍ଟ ଏହି ପାଗୋଡା ସମ୍ପୂର୍ଣ୍ଣ ଭାବେ ସୁନାରେ ଢାଙ୍କି ହୋଇ ରହିଛି | ପାଗୋଡା ଉପରେ ତିଆରି ହୋଇଥିବା ମୁକୁଟରେ ୫ ହଜାରରୁ ଅଧିକ ହୀରା ଓ ୨ ହଜାରରୁ ଅଧିକ ରୁବି ରତ୍ନ ଖଚିତ ରହିଛି | ଦୁନିଆର ସବୁଠାରୁ ପୁରୁଣା ଏହି ବୌଦ୍ଧ ସ୍ତୁପର ବିଶେଷତ୍ୱ ହେଲା ଏଠାରେ ଭଗବାନ ବୁଦ୍ଧଙ୍କର ୮ଟି କେଶ ରଖାଯାଇଛି | ଏହି ମନ୍ଦିରକୁ ୨୬୦୦ ବର୍ଷ ପୁରୁଣା ବୋଲି କୁହାଯାଏ | କିନ୍ତୁ ମନ୍ଦିର କେବେ ତିଆରି ହୋଇଥିଲା ତାର କିଛି ସଠିକ ତଥ୍ୟର ପ୍ରମାଣ ଆଜି ଯାଏଁ ମିଳିନାହିଁ |

{"id":257535,"sizeSlug":"large"}

ମିଆଁମାରର ସବୁଠାରୁ ରୋମାଞ୍ଚକ କଥା ହେଲା ଏଠାକାର ପଡାଓଙ୍ଗ ସମ୍ପ୍ରଦାୟର ମହିଳାମାନେ ନିଜ ବେକକୁ ସୁନ୍ଦର ଓ ଲମ୍ବା କରିବା ପାଇଁ ୫ ବର୍ଷ ବୟସରୁ ଧାତୁରେ ତିଆରି ଏକ ପ୍ରକାର ଚୁଡ଼ି ପିନ୍ଧିଥାନ୍ତି | ଏହି ଦେଶର ଆଉ ଏକ ରୋମାଞ୍ଚକ କଥା ହେଲା ଏଠାକାର ଗର୍ଭବତୀ ମହିଳାମାନଙ୍କୁ କଦଳୀ ଓ ଲଙ୍କା ଖାଇବାକୁ ଦିଆଯାଇନାହିଁ | ତେବେ ଗର୍ଭବତୀ ମହିଳାମାନେ କଦଳୀ ଖାଇଲେ ଗର୍ଭସ୍ଥ ଶିଶୁର ଆକାର ବହୁତ ବଡ ହୋଇଯାଇଥାଏ ଏବଂ ଲଙ୍କା ଖାଇଲେ ମୁଣ୍ଡରେ କେଶ ବୃଦ୍ଧିକୁ ରୋକି ଦେଇଥାଏ ବୋଲି ବିଶ୍ୱାସ ରହିଛି |

{"id":257536,"width":587,"height":391,"sizeSlug":"large"}

ମିଆଁମାର ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ବଡ ଦେଶ | ଏହା ଦୁନିଆର ୪୦ତମ ସବୁଠାରୁ ବଡ ଦେଶ | ଏହାର ଉତ୍ତର ପୂର୍ବ ସୀମା ଭାରତର ମିଜୋରାମ, ନାଗାଲ୍ୟାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ବାଙ୍ଗଲାଦେଶର ଚିଟଗାଓଁ ପ୍ରାନ୍ତ ସହିତ ମିଶିଥିବାବେଳେ ଦକ୍ଷିଣ ପୂର୍ବ ସୀମାରେ ଲାଓସ ଏବଂ ଥାଇଲ୍ୟାଣ୍ଡ ଭଳି ଦେଶ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.