Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ଆଗାମୀ ୧୦ ଦିନରେ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଲାଇବ ଭାରତୀୟ ରେଲଓ୍ଵେ, ଘରେ ପହଞ୍ଚିବେ ୩୬ ଲକ୍ଷ ଶ୍ରମିକ

23/05/2020 at 5:09 PM

ନୂଆଦିଲ୍ଲୀ ୨୩।୦୫: ଭାରତୀୟ ରେଲଓ୍ଵେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରେଲଓ୍ଵେ ମେ ୧ ସୁଦ୍ଧା ଏ ପର୍ଯ୍ୟନ୍ତ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇଛି। ଏହା ଜରିଆରେ ୩୬ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ଘରେ ପହଞ୍ଚି ସାରିଛନ୍ତି। ରେଲଓ୍ଵେ ଆଗାମୀ ୧୦ ଦିନରେ ଆହୁରି ୨୬୦୦ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଏହି ଟ୍ରେନ୍‌ ମାଧ୍ୟମରେ ଆହୁରି ୩୬ ଲକ୍ଷ ଶ୍ରମଜୀବୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ରେଲଓ୍ଵେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି, ଜୁନ ୧ରୁ ରେଲଓ୍ଵେ ୨୦୦ ମେଲ୍ ଏକ୍ସପ୍ରେସ୍ ଚଳାଇବ। ଗତ ଚାରି ଦିନରେ ହାରାହାରି ପ୍ରତିଦିନ ୨୬୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି ଏବଂ ଏହାରି ଜରିଆରେ ପ୍ରତିଦିନ ତିନି ଲକ୍ଷ ଶ୍ରମିକ ଏହାର ଫାଇଦା ପାଇ ପାରୁଛନ୍ତି।

ସେ କହିଛନ୍ତି, କୌଣସି ବି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିଲେ, ଆମେ ରାଜ୍ୟ ଭିତରେ କୌଣସି ବି ଷ୍ଟେସନରୁ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ। ଯାଦବ କହିଛନ୍ତି, ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା କରୁଥିବା ୮୦ ପ୍ରତିଶତ ଶ୍ରମିକ୍ ଉତ୍ତର ପ୍ରଦେଶ ଓ ବିହାରର।

ଶ୍ରମିକ ସ୍ପେଶାଲ ଟ୍ରେନ୍‌ ମେ ୧ରୁ ଚଳାଚଳ କରୁଛି। ଏଥିରେ ସମସ୍ତ ଯାତ୍ରୀଙ୍କୁ ମାଗଣାରେ ଭୋଜନ ଓ ପାଣି ଯୋଗାଇ ଦିଆଯାଉଛି। ଟ୍ରେନ୍ ଓ ଷ୍ଟେସନରେ ସାମାଜିକ ଦୂରତା ଓ ସ୍ଵଚ୍ଛତା ମାନକର ପୂରାପୂରି ପାଳନ କରାଯାଉଛି। ଯେ ପର୍ଯ୍ୟନ୍ତ ସମସ୍ତ ଶ୍ରମିକ ନିଜ ଘରକୁ ପହଞ୍ଚିପାରି ନାହାନ୍ତି ସେ ପର୍ଯ୍ୟନ୍ତ ଏହି ଟ୍ରେନ୍‌ର ଚଳାଚଳ ଜାରି ରହିବ।

ତଥ୍ୟ ଅନୁଯାୟୀ, ଦେଶରେ ୪ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି। ରେଲଓ୍ଵେ ଏ ପର୍ଯ୍ୟନ୍ତ ୩୬ ଲକ୍ଷ ଶ୍ରମିକଙ୍କୁ ଟ୍ରେନ୍ ଜରିଆରେ  ସେମାନଙ୍କର ରାଜ୍ୟରେ ପହଞ୍ଚାଇଛି। ଗୃହ ମନ୍ତ୍ରଣାଳୟ କହିଛି, ଆନ୍ତଃରାଜ୍ୟ ବସ୍‌ ଜରିଆରେ ୪୦ ଲକ୍ଷ ଶ୍ରମିକ ନିଜ ଘରେ ପହଞ୍ଚି ସାରିଛନ୍ତି।

   Related Posts