ନିଜ ଘରେ ୨୬ବର୍ଷୀୟା ବଙ୍ଗୀୟ ଅଭିନେତ୍ରୀଙ୍କୁ ଦୁଷ୍କର୍ମ : ଭିଡିଓ ବନାଇ ଭାଇରାଲ୍ କରିବାକୁ ଧମକ ଦେଲା ଅଭିଯୁକ୍ତ

Published By : Prameya-News7 Bureau | July 10, 2020 IST

ବିଜୟଗଡ଼ ୧୦/୭: ପଶ୍ଚିମବଙ୍ଗର ବିଜୟଗଡ଼ ଅଞ୍ଚଳରୁ ଜଣେ ୨୬ବର୍ଷ ବୟସ୍କା ଅଭିନେତ୍ରୀଙ୍କ ଦୁଷ୍କର୍ମ ମାମଲା ସାମନାକୁ ଆସିଛି। ଅଭିନେତ୍ରୀ ନିଜେ ଯାଦବପୁର ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ପୋଲିସ୍ ଏହି ଘଟଣାର ଗାମ୍ଭୀର୍ଯ୍ୟତାକୁ ଦେଖି ଅଭିନେତ୍ରୀଙ୍କ ଡାକ୍ତରୀ ମାଇନା କରାଇଛନ୍ତି। ଅଭିନେତ୍ରୀ ‘ସାଥ ଭାଇ ଚମ୍ପା’ ସହ ଅନେକ ଟିଭି ଶୋ ରେ କାମ କରିଛନ୍ତି।

ସୂଚନା ଅନୁଯାୟୀ,ଜୁଲାଇ ୫ତାରିଖରେ ଅଭିନେତ୍ରୀଙ୍କ ଫ୍ଲାଟକୁ ତାଙ୍କର ଜଣେ ଜଣାଶୁଣା ଆର୍ଥିକ ସାହାଯ୍ୟ ମାଗିବାକୁ ଆସିଥିଲା। ଅଭିନେତ୍ରୀଙ୍କୁ ଏକୁଟିଆ ଦେଖି ସେ ଫାଇଦା ଉଠାଇଥିଲା ଏବଂ ତାଙ୍କୁ ଦୁଷ୍କର୍ମ କରିଥିଲା। ପୋଲିସକୁ ଦେଇଥିବା ବୟାନରେ ପୀଡ଼ିତା ଅଭିନେତ୍ରୀ ଫ୍ଲାଟରେ ଏକୁଟିଆ ରହିଥିବାର କହିଥିଲେ।

 ପୀଡ଼ିତା କହିଥିଲେ-ଅଭିଯୁକ୍ତ କେବଳ ତାଙ୍କ ସହ ଦୁଷ୍କର୍ମ କରିନଥିଲା ବରଂ ଘଟଣାର ଭିଡିଓ ନିଜ ମୋବାଇଲରେ କରିଥିଲା। ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଏବିଷୟରେ କୁହନ୍ତି ତେବେ ସେ ଭିଡିଓକୁ ଭାଇରାଲ୍ କରିଦେବେ। ଏହା ସତ୍ବେ ଅଭିନେତ୍ରୀ ସାହସ ଦେଖାଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ।

ପୋଲିସ୍ କହିବା ଅନୁସାରେ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା-୩୭୬/୫୦୬ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ କରାଯାଉଛି। ଅଭିଯୁକ୍ତ ପେଶାରେ ଜଣେ ବ୍ୟବସାୟୀ ଏବଂ ଅଭିନେତ୍ରୀଙ୍କୁ ପୂର୍ବରୁ ଜାଣିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ମଧ୍ୟ ସାମନାକୁ ଆସୁଛି।

ଅଭିନେତ୍ରୀ ମୂଳ ଭାବେ ନଦିୟା ବାସିନ୍ଦା। ସେ ମଡେଲିଂ ଏବଂ ଅଭିନୟରେ ନିଜ କ୍ୟାରିୟର କରିବା ପାଇଁ କୋଲକାତାରେ ରୁହନ୍ତି। ଅଭିଯୁକ୍ତ ସହ ପୂର୍ବରୁ ଅଭିନେତ୍ରୀଙ୍କ ଭଲ ସମ୍ପର୍କ ଥିଲା। କିନ୍ତୁ କିଛି କାରଣବଶତଃ ଉଭୟଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ଲକଡାଉନରେ ଅଭିଯୁକ୍ତ ଫେସବୁକରେ ତାଙ୍କ ସହ ଯୋଗାଯୋଗ କରିଥିଲା ଏବଂ ଭେଟିବାକୁ ଅନୁରୋଧ କରିଥିଲା। ପ୍ରଥମେ ଅଭିନେତ୍ରୀ ତାକୁ ଦେଖା କରିବାକୁ ମନା କରି ଦେଇଥିଲେ କିନ୍ତୁ ଅଭିଯୁକ୍ତ ବ୍ୟବସାୟରେ କ୍ଷତି ହେବା କଥା କହିଥିଲା ଏବଂ ଆର୍ଥିକ ସାହାଯ୍ୟ ମାଗିବାରୁ ଅଭିନେତ୍ରୀ ତାକୁ ନିଜ ଘରେ ଡାକିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.