Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

୨୬ ପ୍ରତିଶତ ଭାରତୀୟ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ, ସେପଟେ ବଢୁଛି ଲୋକଙ୍କ ଶରୀରରେ ପ୍ରତିରୋଧକ ଶକ୍ତି: ଥାୟରୋକେୟାର ସର୍ଭେରେ ବଡ ତଥ୍ୟ

21/08/2020 at 3:45 PM

ନୂଆଦିଲ୍ଲୀ ୨୧।୦୮: ଦେଶରେ କରୋନା ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଦିନକୁ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଲୋକେ ଘରେ ବାନ୍ଧି ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି। ଚଳିତ ଶତାବ୍ଦୀରେ ସମଗ୍ର ବିଶ୍ଵ ତଥା ମାନବ ଜାତି ପାଇଁ ଏହା ସବୁଠୁ ବଡ ବିପର୍ଯ୍ୟୟ ସାବ୍ୟସ୍ତ ହୋଇଛି। ମହାମାରୀ କରୋନା ଭୂତାଣୁ ସଂକ୍ରମଣର ପ୍ରକୋପ କେବେ କମିବ ଏବଂ ଲୋକଙ୍କୁ ଏଥିରୁ କେବେ ତ୍ରାହି ମିଳିବ ତାହା କହି ହେବ ନାହିଁ।

ପ୍ରତି ଦିନ ଦେଶରେ ୫୦ ହଜାରରୁ ଉର୍ଦ୍ଧ୍ଵ ନୂତନ କୋଭିଡ୍-୧୯ ଚିହ୍ନଟ ହେଉଛନ୍ତି। ଏହା ସହିତ ଶତାଧିକ ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି। ଦେଶର ଅଗ୍ରଣୀ ଘରୋଇ ଲ୍ୟାବ୍‌ର ତଥ୍ୟ ଅନୁଯାୟୀ ଦେଶରେ ୨୬ ପ୍ରତିଶତ ଭାରତୀୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି।

ଦେଶର ଏହି ଅଗ୍ରଣୀ ଘରୋଇ ଲ୍ୟାବ୍‌ ଥାୟରୋକେୟାର ଲ୍ୟାବ୍‌ର ପରିଚାଳକ ନିର୍ଦ୍ଦେଶକ ଡ. ଏ ଭେଲୁମନି କହିଛନ୍ତି ତାଙ୍କ ସଂସ୍ଥା ଦ୍ଵାରା ପ୍ରାୟ ୨.୭ ଲକ୍ଷ ଲୋକଙ୍କୁ ନେଇ ସେରୋଲୋଜିକାଲ ପରୀକ୍ଷଣ କରାଯାଇଥିଲା। ଏଥିରୁ ଦେଖିବାକୁ ମିଳିଛି ୨୬ ପ୍ରତିଶତ ଭାରତୀୟ କରୋନା  ପଜିଟିଭ୍‌ର ଶିକାର ହୋଇ ସାରିଛନ୍ତି।

ସେମାନଙ୍କ ରକ୍ତରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି। ଶରୀରରେ ସ୍ଵତଃପ୍ରବୃତ୍ତ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟି ଏହା କରୋନା ସଂକ୍ରମଣ ସହ ଲଢେଇ କରିଛନ୍ତି। ଏହି  ଅଧ୍ୟୟନକୁ ନେଇ ଡ. ଭେଲୁମନି କହିଛନ୍ତି ଅତି କମରେ ୪ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ସଂପୂର୍ଣ୍ଣ ଭାବେ କରୋନାରୁ ମୁକ୍ତ ହୋଇ ସାରିଛନ୍ତି ଏବଂ ତାଙ୍କ ଶରୀର ଆଣ୍ଟିବଡିରେ ପରିଣତ ହୋଇ ସାରିଛି ଯାହା ସଂକ୍ରମଣକୁ ପ୍ରତିରୋଧ କରି ପାରିବ।

ଜୁଲାଇ ମାସରେ କମ୍ପାନୀ ୧୫ ପ୍ରତିଶତ ଅନୁମାନ ପ୍ରକାଶ କରିଥିଲା, ୫୩୦୦୦ ଲୋକଙ୍କୁ ନେଇ ଏହା ଏକ ଛୋଟ ନମୂନା ଥିଲା। ଦେଶରେ ଧିରେ ଧିରେ  ଲୋକଙ୍କ ମଧ୍ୟରେ ହାର୍ଡ ଇମ୍ୟୁନିଟି ବଢୁଥିବା ସେ କହିଛନ୍ତି।

ଯଦି ଦେଶରେ ଏହି ପରି କରୋନାରୁ ଆରୋଗ୍ୟକାରୀଙ୍କ ସଂଖ୍ୟା ବଢିଚାଲେ ତେବେ ଡିସେମ୍ବର ସୁଦ୍ଧା ୪୦ ପ୍ରତିଶତ ଭାରତୀୟଙ୍କଠାରେ କରୋନା ଆଣ୍ଟିବଡି ସୃଷ୍ଟି ହୋଇଯିବ ବୋଲି ଡ. ଭେଲୁମନି କହିଛନ୍ତି। ଭଲ ଖବର ଏହା ଯେ, ଦେଶରେ ହଜାର ହଜାର ସଂଖ୍ୟକ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ଲାଗିଛି।

ସେରୋଲୋଜିକାଲ ଟେଷ୍ଟରେ ଏହା ପ୍ରମାଣିତ ହୋଇଛି ଦେଶରେ ଅଧିକାଂଶ ଲୋକଙ୍କଠାର ରୋଗପ୍ରତିରୋଧ ଶକ୍ତି ଦେଖିବାକୁ ମିଳିଛି। ଏହା ସହିତ କୋଭିଡ୍-୧୯ ମହାମାରୀ ପରି ଜଟିଳ ସ୍ଥିତିରେ ସ୍ଥିତିର ମୁକାବିଲା କରୁଥିବା କରୋନା ଯୋଦ୍ଧାଙ୍କଠାରେ ମଧ୍ୟ ଏହି ଚିତ୍ର ପରିଲଖିତ ହୋଇଛି।

ଏହା ସହିତ ପ୍ଲାଜମା ଥେରାପି ପାଇଁ ରକ୍ତଦାନ କରିବାକୁ ଲୋକେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ଯାହା କରୋନା ସଂକ୍ରମିତଙ୍କ ଲୋକଙ୍କ ମଧ୍ୟରେ ନୂତନ ଆଶା ଜାଗ୍ରତ କରିଛି। ଏହି ପରି ରୋଗପ୍ରତିରୋଧକ ଶକ୍ତି ବଢିବା ଦ୍ଵାରା ଲୋକଙ୍କ ହାର୍ଡ ଇମ୍ୟୁନିଟି ବଢିବାରେ ଲାଗିଛି।

   Related Posts