Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିଶିର ସରସ ମେଳାରେ ଯୋଗଦେବାକୁ କେରଳ ଯାଇଥିବା ୨୪ଜଣ ବୁଧବାର ଫେରିବେ ଓଡିଶା: ପ୍ରଦୀପ ମହାରଥୀ

20/08/2018 at 8:05 AM

ଭୁବନେଶ୍ବର ୨୦|୮ : ଅଗଷ୍ଟ ୧୪ରୁ ୨୪ କେରଳରେ ଅନୁଷ୍ଠିତ ଶିଶିର ସାରସ ମେଳାରେ ଭାଗ ନେବାକୁ ଓରମାସ୍ରର ୧୧ଟି ଗ୍ରୁପରେ ଯାଇଥିବା ୨୪ ଜଣଙ୍କୁ ବୁଧବାର ଓଡିଶା ଫେରାଇ ଆଣିବାକୁ ଟିକେଟ କରାଯାଇଛି ବୋଲି ପଞ୍ଚାୟତିରାଜମନ୍ତ୍ରୀ ପ୍ରଦୀପ ମହରାଥୀ ଙ୍କ ସୂଚନା ଦେଇଛନ୍ତି । ବର୍ଷା ପାଇଁ ଏହି ମେଳା ପ୍ରଭାବିତ ହୋଇଛି । ଗ୍ରୁପରେ ୫ ଜଣ ମହିଳା ଓ ୧୬ ଜଣ ପୁରୁଷ ଥିଲେ । ସେମାନେ ସମସ୍ତେ ବନ୍ୟା ଜଳରେ ଫଶିଥିଲେ । ସେମାନଙ୍କୁ ତ୍ରିଭେନ୍ଦ୍ରମର ଏକ ସ୍କୁଲରେ ରଖାଯାଇଛି । ସେମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଯାହା କ୍ଷୟକ୍ଷତି ହୋଇଛି ଯଦି ଇନସ୍ୟୁରାନ୍ସ ନଥାଏ, ତାହେଲେ କେନ୍ଦ୍ର ସରକାର ସେସବୁର ଭରଣା କରିବେ ବୋଲି ପ୍ରଦୀପ ମହାରଥୀ କହିଛନ୍ତି ।

   Related Posts