Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

Oxford ଡିକ୍ସିନାରୀରେ ସାମିଲ ହେଲା ୨୬ ନୂଆ ଭାରତୀୟ ଇଂରାଜୀ ଶବ୍ଦ, ଆଧାର, ହରତାଳ, ବିବାହ ଓ ଡବାକୁ ମିଳିଛି ସ୍ଥାନ

24/01/2020 at 6:27 PM

ନୂଆଦିଲ୍ଲୀ ୨୪।୧:  ଅକ୍ସଫର୍ଡ ଆଡଭାନ୍ସ ଲର୍ଣ୍ଣର୍ସ ଡିକ୍‌ସିନାରୀର ନୂଆ ସଂସ୍କରଣରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭାରତୀୟ ଇଂରାଜୀ ଶବ୍ଦ ସ୍ଥାନ  ପାଇଛି।  ଏଥିରେ ଆଧାର,ଚାୱଲ, ଡବା, ହରତାଳ ଓ ଶାଦୀ ଆଦି ୨୬ଟି ନୂଆ ଭାରତୀୟ ଇଂରାଜୀ ଶବ୍ଦକୁ ସାମିଲ ହୋଇଛି। ତେବେ ଡିକ୍‌ସିନାରୀର ୧୦ମ ସଂସ୍କରଣରେ ମୋଟ ୩୮୪ଟି ଭାରତୀୟ ଇଂରାଜୀ ଶବ୍ଦ ରହିଛି। ଶୁକ୍ରବାର ଲଞ୍ଚ ହୋଇଥିବା ଏହି ସଂସ୍କରଣରେ ଚାଟ୍ ବୋଟ୍, ଫେକ୍ ନ୍ୟୁଜ୍ ଓ ମାଇକ୍ରୋ ପ୍ଲାଷ୍ଟିକ ଭଳି ୧ ହଜାର ନୂଆ ଶବ୍ଦ ବି ରହିଛି।

ଡିକ୍‌ସିନାରୀରେ ଭାଷା ପରିବର୍ତ୍ତନ ଓ ତାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ (ଓୟୁପି) ପକ୍ଷରୁ କୁହାଯାଇଛି। ସେହିପରି ନୂଆ ସଂସ୍କରଣରେ ଥିବା ଭାଷା ଓ ଦିଆଯାଇଥିବା ତାର ଉଦାହରଣ ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ଓ ଅପଡେଟ୍ ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି। ଏହି ନୂଆ ସଂସ୍କରଣ ଅକ୍ସଫର୍ଡ ଲର୍ଣ୍ଣର୍ସ ଡିକ୍‌ସିନାରୀଜ୍ ୱେବସାଇଟ୍ ଓ ଆପ୍ ଦ୍ୱାରା ଅନଲାଇନ ସପୋର୍ଟ ସହ ଉପଲବ୍ଧ ହେବ।

ୱେବସାଇଟ୍‌ରେ ଅଡିଓ ଭିଡିଓ ଟ୍ୟୁଟୋରିଆଲ, ଭିଡିଓ ୱାକ୍ ଥ୍ରୁ ଓ ସେଲ୍ଫ ଷ୍ଟଡି ଆକ୍ଟିଭାଟିଜ୍ ସାଙ୍ଗକୁ ଉନ୍ନତ iWriter ଓ ieakeaker ଟୁଲ୍ସ ଭଳି ଆଡଭାନ୍ସଡ୍ ଫିଚର ବି ରହିଛି। ଓୟୁପି ପରିଚାଳନା ନିର୍ଦ୍ଦେଶିକା( ଶିକ୍ଷା ପ୍ରଭାଗ) ଫାତିମା ଦାଦା ସଂସ୍କରଣରେ ୨୬ ନୂଆ ଭାରତୀୟ ଇଂରାଜୀ ଭାଷା ସାମିଲ ସମ୍ପର୍କରେ ସୂଚନା ଦେଇଥିବା ବେଳେ  ଏଥିରୁ ୨୨ଟି ମୁଦ୍ରିତ ଶବ୍ଦକୋଷରେଓ ୪ଟି ଶବ୍ଦ ଡିଜିଟାଲ ସଂସ୍କରଣରେ ସାମିଲ ଥିବା କହିଛନ୍ତି। 

ଶବ୍ଦ କୋଷରେ କିଛି ଶବ୍ଦ ହିନ୍ଦୀର ରହିଛି, ଯାହାକୁ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷୀ ସାଧାରଣତଃ କଥାବାର୍ତ୍ତାରେ ବ୍ୟବହାର କରୁଛନ୍ତି। ତେବେ ଅନ୍ୟ କିଛି ନୂଆ ଭାରତୀୟ ଶବ୍ଦ ଯେପରି ଆଣ୍ଟି( ଇଂରାଜୀ ଶବ୍ଦ କୋଷରେ ଭାରତୀୟ ଖୁଡିଙ୍କ ସନ୍ଦର୍ଭରେ ପ୍ରଥମରୁ ସାମିଲ ରହିଛି) ବସ୍ ଷ୍ଟାଣ୍ଡ, ଡିମ୍‌ଡ ୟୁନିଭର୍ସିଟି, ଏଫଆଇଆର,ନନ୍ ଭେଜ, ରିଡ୍ରେସଲ, ଟେମ୍ପୋ,ଟ୍ୟୁବ୍ ଲାଇଟ୍, ଭେଜ୍ ଓ ଭିଡିଓଗ୍ରାଫି ଆଦି ନୂଆକରି ସାମିଲ ହୋଇଛି।

ସେହିପରି ଶବ୍ଦକୋଷର ଅନଲାଇନ ସଂସ୍କରଣରେ ଇଂରାଜୀ ଶବ୍ଦ କରେଣ୍ଚ, ଲୁଟେରା,ଲୁଟପାଟ ଓ ଉପଜିଲ୍ଲା ଆଦି ସାମିଲ ହୋଇଛି। ନୂଆ ଶବ୍ଦ ଚୟନରେ ପ୍ରଚଳିତ ଓ ସାଧାରଣ ପ୍ରଚଳିତ ଶବ୍ଦକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ଫାତିମା କହିଛନ୍ତି। ଡିକ୍‌ସନାରୀ ଆପ୍‌ରେ ୮୬ ହଜାର ଶବ୍ଦ, ୯୫ ହଜାର ବାକ୍ୟାଂଶ, ୧ଲକ୍ଷ ୧୨ ହଜାର ଅର୍ଥ ଓ ୨ଲକ୍ଷ ୩୭ ହଜାର ଉଦାହରଣ ଦିଆଯାଇଛି। ଏହି ଶବ୍ଦ କୋଷର ଇତିହାସ ୭୭ ବର୍ଷର ଓ ଏହା ପ୍ରଥମେ ୧୯୪୨ ମସିହାରେ ଜାପାନରେ ମୁଦ୍ରିତ ହୋଇଥିଲା ବୋଲି ଫାତିମା ଦାଦି କହିଛନ୍ତି।   

   Related Posts