Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ୨୬ ମାଓବାଦୀ ନିପାତ

13/11/2021 at 7:55 PM

ଗଢଚିରୋଲି ୧୩।୧୦: ମହାରାଷ୍ଟ୍ରର ମାଓ ପ୍ରଭାବିତ ଗଢଚିରୋଲି ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା। ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ତିନି ଯବାନ ଆହତ ହୋଇଛନ୍ତି। ଏହି ଗୁଳିବିନିମୟ ଗ୍ୟାରପଟି ଜଙ୍ଗଲରେ ଘଟିଛି। ଗଢଚିରୋଲି ଏସପି ଅଙ୍କିତ ଗୋଏଲ ଶନିବାର ଏହାର ସୂଚନା ଦେଇଛନ୍ତି।

ସୂତ୍ର ଅନୁଯାୟୀ, ଗ୍ୟାରପଟି ଜଙ୍ଗଲ ସ୍ଥିତ ଧନୋରାରେ ପୋଲିସ ଦଳ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀ ଯବାନଙ୍କୁ ଦେଖିବା ମାତ୍ରେ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଯବାନ ପାଲଟା ଯବାବ ଦେଇଥିଲେ। ଫଳରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଫେରାର ମାରିଥିଲେ।  ହେଲେ ଗୁଳିବିନିମୟରେ ବଡ ସଂଖ୍ୟାରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତଲାସି ଅଭିଯାନ ଏବେ ମଧ୍ୟ ଜାରି ରହିଛି। ମୃତ ମାଓବାଦୀଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଏ ପର୍ଯ୍ୟନ୍ତ ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି।

ଅଧିକାରୀ କହିଛନ୍ତି, ଶନିବାର ସକାଳେ ମର୍ଦିନଟୋଲା ଗାଁ ନିକଟ ଜଙ୍ଗଲରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆହତ ତିନି ଯବାନଙ୍କ ଚିକିତ୍ସା ପାଇଁ ହେଲିକପ୍ଟର ଜରିଆରେ ନାଗପୁର ନିଆଯାଇଛି। ପୋଲିସକୁ ଗୁଇନ୍ଦା ଇନପୁଟ୍ ମିଳିଥିଲା ଯେ, କିଛି ମାଓବାଦୀ ଛତିଶଗଡ ଜଙ୍ଗଲରୁ ଗଢଚିରୋଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

   Related Posts