ପୋଲିସର ଚଢାଉ ବେଳେ ୨୬ ଲିଟର ମଦ ଜବତ, ଜଣେ ଗିରଫ
28/11/2020 at 4:37 PM

ସାନଖେମୁଣ୍ଡି ୨୮।୧୧: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ କରବାର । ଯାହାକୁ ରୋକିବାକୁ ଅଣ୍ଟା ଭିଡିଛି ହିଞ୍ଜିଳି ଥାନା ପୋଲିସ । ଗତ କିଛି ଦିନ ତଳେ ହିଞ୍ଜିଳି ପୋଲିସ ବିପୁଳ ପରିମାଣର ମଦ ଜବତ କରିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଦୁର୍ବନ୍ଧ ଗ୍ରାମରୁ ୨୬ ଲିଟର ବିଦେଶୀ ମଦ ଜବତ କରିଛି । ଏହାସହ ହିଞ୍ଜିଳି ଥାନାରେ କେସ୍ ନଂ ୪୨୮/୨୦ରେ ଏକ ମାମଲା ରୁଜୁ କରି ନରହରି ବେହେରାଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଛି ।
Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021