Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜୁଆ ଆଡ୍ଡାରେ ଚଢାଉ : ୨୬ ଜୁଆଡି ଗିରଫ, ଦେଢ ଲକ୍ଷ ଟଙ୍କାରୁ ଅଧିକ ଜବତ

25/09/2020 at 9:25 AM

ଖଲ୍ଲିକୋଟ/ ସାନଖେମୁଣ୍ଡି ୨୫।୯: ଗଞ୍ଜାମ ପୋଲିସ ଜିଲ୍ଲା ଅଧିନ ହିଞ୍ଜିଳି ପୋଲିସ ଗୁରୁବାର ରାତିରେ ପୋଚିଲିମା ଓ ରାଳବ ଦୁଇ ସ୍ଥାନରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ୨୬ ଜଣଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୬୭ ହଜାର ୩ ଶହ ଟଙ୍କା ଜବତ କରିବା ସହ ୧୭ଟି ମୋବାଇଲ ଫୋନ ଓ ୧୨ ଟି ବାଇକ ଜବତ କରିଛି ।

ଆଗକୁ ଦଶହରା ଆସୁଥିବାରୁ ଜିଲ୍ଲାରେ ଅଧିକ ମାତ୍ରାରେ ଜୁଆ ଖେଳ ଚାଲିଥାଏ, ତେଣୁ ଏହାକୁ ରୋକିବା ନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ ସମସ୍ତ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ବିଭିନ୍ନ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିବା ସହ ପ୍ରତ୍ୟେକ ଦିନ ଜୁଆଡିମାନେ ଧରା ପଡୁଛନ୍ତି ।

   Related Posts