କେରଳରେ ବନ୍ୟା ସ୍ଥିତି ସଂଗୀନ

Published By : Prameya-News7 Bureau | August 10, 2018 IST

କେରଳ ୧୦/୮ (ବ୍ୟୁରୋ) : କେରଳରେ ବନ୍ୟା ସ୍ଥିତି ସଂଗୀନ ହୋଇପଡିଛି | ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇସାରିଛି | ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି | ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ଥର ବଢ଼ିବାରେ ଲାଗିଛି | ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି | ବିଭିନ୍ନ ନଦୀର ଜଳସ୍ଥର ବଢ଼ୁଥିବାରୁ ୨୪ ଟି ଡ୍ୟାମର ଗେଟ ଖୋଲାଯାଇଛି | ବର୍ଷାର ପ୍ରଭାବ ଏତେ ଅଧିକ ଯେ, ଦୀର୍ଘ ୨୬ ବର୍ଷ ପରେ ଇଡୁକି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଇଛି | ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାକୁ ଲାଗିଛି | ବନ୍ୟା ଯୋଗୁଁ କେରଳରେ ରେଳ ସେବା ପ୍ରଭାବିତ ହୋଇଛି | ଅଧିକାଂଶ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି | କୋଚି ବିମାନବନ୍ଦରକୁ ମଧ୍ୟ ବନ୍ଦ ରଖାଯାଇଛି | ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ଟିମ ମୃତୟନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.