ଆବାସିକ ବିଦ୍ୟାଳୟର ୨୬ଛାତ୍ରୀଙ୍କୁ କରୋନା, ସମସ୍ତଙ୍କୁ ସଙ୍ଗରୋଧରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | November 27, 2021 IST

କରଞ୍ଜିଆ ୨୭।୧୧ : ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆକ୍ରାନ୍ତ ଛାତ୍ରୀଙ୍କୁ ଏବ ଆଇସୋଲେସନରେ ରଖାଯାଇଛି । ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ଆବାସିକ ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଦିନ ପୂର୍ବରୁ କେତେକ ଛାତ୍ରୀ ଅସୁସ୍ଥ ହେବାରୁ ଗତ ଗୁରୁବାର ଦିନ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ତାମଧ୍ୟରୁ ୨୨ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।  

ସେହିପରି ଶୁକ୍ରବାର ମଧ୍ୟ ୪ଜଣ ଛାତ୍ରୀରେ କରୋନାରେ ସଂକ୍ରମିତ ହୋଇଥିଲା । ଏବେ ଯାଏଁ ମୋଟ ୨୬ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଲାଣି । ଏହାପରେ ଆଉ ୧୫ଜଣ ସ୍ୱାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତ ଚିହ୍ନଟ ଆକ୍ରାନ୍ତମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇଛି ଚିକିତ୍ସା କରାଯାଉଛି । ସଂକ୍ରମଣ ବଢିବା ଆଶଙ୍କା ମଧ୍ୟ ମୁଖ୍ୟ ଚିନ୍ତା ପାଲଟିଛି ।

ତେବେ ବିଦ୍ୟାଳୟରୁ ଏତେ ପରିମାଣର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତତ୍ପରତା ହୋଇଉଠିଛି ଜିଲ୍ଲା ପ୍ରଶାସନ ।  ଆଜି ଉକ୍ତ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ, ସ୍ଥାନୀୟ ବିଡ଼ିଓ, ତହସିଲଦାର ଏବଂ ଏକ ଡ଼ାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.