ଗୋଟିଏ କୋଠାରୁ ୨୬ କରୋନା ପଜିଟିଭ୍ ଚିହ୍ନଟ : ସମସ୍ତେ ଭଡାବାଲା

Published By : Prameya-News7 Bureau | June 09, 2020 IST

ଜୟପୁର ୦୯/୦୬ : ରାଜସ୍ତାନରେ କରୋନା ସଂକ୍ରମଣ ମାମଲାକୁ ବ୍ରେକ ଲାଗୁନି | ମଙ୍ଗଳବାର ଦିନ ରାଜଧାନୀ ଜୟପୁରର ସୁବାସ ଛକ ଅଞ୍ଚଳର ଗୋଟିଏ କୋଠାରୁ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏକାଥରେ ଗୋଟିଏ କୋଠାରୁ ୨୬ ସଂକ୍ରମିତ ଚିହ୍ନଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ସୁବାସ ଛକ ଅଞ୍ଚଳରେ ଚାଣକ୍ୟ ମାର୍ଗ ସ୍ଥିତ କୋଠାରୁ ବାହାରୁଥିବା ସମସ୍ତ ୨୬ ପଜିଟିଭ ଭଡାଵାଲା ଜଣାପଡିଛି | ସମସ୍ତ ସଂକ୍ରମିତଙ୍କୁ ସବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ରାଜ୍ୟରେ ମଙ୍ଗଳବାର ସକାଳ ୯ଟା ସୁଦ୍ଧା ୧୨ ଘଂଟାରେ ୧୪୪ ନୂଆ ମାମଲା ସାମ୍ନାକୁ ଆସିଥିଲା | ୧୨ ଘଣ୍ଟାରେ ୫ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି |

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୪ ସଂକ୍ରମିତଙ୍କ ମଧ୍ୟରୁ ସବୁଠାରୁ ଅଧିକ ଜୟପୁର | ୬୧ କେବଳ ଜୟପୁରର ଏବଂ ସେମାନଙ୍କ ମଧ୍ୟରୁ ୨୬ ସଂକ୍ରମିତ ଗୋଟିଏ କୋଠାରୁ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଏବେ ସୁଦ୍ଧା ୧୧ ହଜାର ୨୦ ଜଣ ସଂକ୍ରମଣର ଶୀକାର ହୋଇଛନ୍ତି | ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୨ ହଜାର ୫୮୭ ଆକ୍ଟିଭ ମାମଲା ରହିଛି | ୭ ହଜାର ୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୫୧ ଜଣ ପ୍ରାଣ ହରାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.