ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ, ଚାଲିଗଲା ୨୬ ସୁରକ୍ଷାକର୍ମୀଙ୍କ ଜୀବନ

Published By : Prameya-News7 Bureau | November 29, 2020 IST

କାବୁଲ ୨୯।୧୧: ପୁଣି ଥରେ ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ। ସେନା ବେସ୍‌ ନିକଟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୨୬ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

wp:html /wp:html

ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନ ସମୟରେ ଆଫଗାନିସ୍ତାନର ଗଜନି ପ୍ରଦେଶ ନିକଟରେ ଏହି ବିସ୍ଫୋରଣ ଘଟିଛି । ସେନା ବେସ୍‌କୁ ଲକ୍ଷ୍ୟ କରାଯାଇ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଛି । ଯାହାକି ଅତ୍ୟନ୍ତ ଭୟାନକ ଥିଲେ । ତେବେ ଏହି ବିସ୍ଫୋରଣରେ ୨୬ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସ୍ଥାନୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଗତକିଛି ଦିନ ହେଲା ଆଫଗାନିସ୍ତାନର ବିଭିନ୍ନ ସ୍ତାନରେ ଏପରି ବିସ୍ଫୋରଣ ଖବର ସାମ୍ନାକୁ ଆସୁଛି । ଯାହାଦ୍ୱାରା ଅନେକ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣର ଖବର ପାଇବା ପରେ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ । ଏବଂ ବିସ୍ଫୋରଣସ୍ଥଳରୁ ମୃତ୍ୟୁବରଣ କରିଥିବା ସୈନିକଙ୍କ ମୃତଦହେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସେହିପରି ସ୍ଥାନୀୟ ଅଧିକାରୀଙ୍କ ମୁତାବିକ, ଏକ ବିସ୍ଫୋରକ ଭର୍ତ୍ତି କାର୍‌ଟି ସେନା ବେସ୍‌ ସହିତ ଧକ୍କା ହେବା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ କି ଏତେ ପରିମାଣର ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି ବୋଲି ଜଣାପଡିଛି । ତେବେ କେତେ ଜଣ ବର୍ତ୍ତମାନ ସୁଦ୍ଧା ଆହତ ହୋଇଛନ୍ତି , ତାହା ସ୍ପଷ୍ଟ ସୂଚନା ମିଳିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.