୨୬/୧୧ ମୁମ୍ବାଇ ଆକ୍ରମଣ : ନିରୀହ ଲୋକଙ୍କ ଉପରକୁ ହସି ହସି ଗୁଳି ଚଳାଇଥିଲା କସାଵ ବୋଲି କହିଛନ୍ତି ଜଣେ ପ୍ରତ୍ୟେକ୍ଷଦର୍ଶୀ

Published By : Prameya-News7 Bureau | November 26, 2018 IST

୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ପୁରିଛି ୧୦ ବର୍ଷ | ଆକ୍ରମଣରେ ଯେଉଁମାନେ ବଂଚି ଯାଇଥିଲେ ସେହିଦିନର ସେହି ଘଟଣା ଆଜି ମଧ୍ୟ ତାଙ୍କ ଆଖି ଆଗରେ ଝଲସି ଉଠୁଛି | ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲ୍ଡ କାଫେରେ ରାତିସାରା ସଂହାର ଲୀଳା ଚଳାଇଥିଲେ | ଜଣେ ସାକ୍ଷୀ କହିଛନ୍ତି ଯେ, ଅଜମଲ କସାଵ ଲୋକଙ୍କ ଉପରକୁ ଗୁଳି ଚଳାଇଲାବେଳେ ହସୁଥିଲା | ଏମିତି ବହୁ ଲୋକ ଯେଉଁମାନେ ମୁମ୍ବାଇ ଆକ୍ରମଣରେ ବଂଚିଯାଇଥିଲେ ସେହିଦିନର ଘଟନ ବୟାନ କଲାବେଳେ ତାଙ୍କ ଲୋମ ଟାଙ୍କୁରୀ ଉଠେ | ୧୦ ବର୍ଷ ପୂର୍ବରୁ 'ସ୍ବପ୍ନ ନଗରୀ' ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲାକୁ ଲୋକେ ଆଜି ଯାଏଁ ଭୁଲି ନାହାନ୍ତି | ମୁମ୍ବାଇ ଆକ୍ରମଣର ଜଣେ ଉତ୍ତରଜୀବି ବବଲୁ କୁମାର ଆକ୍ରମଣ ସମୟର ଦୃଶ୍ୟ ବୟାନ କରିଛନ୍ତି | ସେ କହିଛନ୍ତି, "ଅଜମଲ କସାଵ ଜଣେ କଲେଜ ଛାତ୍ର ଭଳି ଦେଖାଯାଉଥିଲା | ସେ ଯେତେବେଳେ ଲୋକଙ୍କ ଉପରକୁ ଲଗାତାର ଗୁଳି ଚଳାଉଥିଲା ସେତେବେଳେ ହସୁଥିଲା ଏବଂ ଲାଗୁଥିଲା ସତେ ଯେମିତି ସେ ଭିଡିଓ ଗେମ ଖେଳୁଛି |" ଦୀପକ ଛତ୍ରପତି ଶିବାଜୀ ମହାରାଜା ଟର୍ମିନାସ ଷ୍ଟେସନରେ ରେଲୱେ ଅନାଉନସରର ଭାବେ କାର୍ଯ୍ୟରତ ଥିଲେ | ସେ ପ୍ରଥମ ରେଲୱେ କର୍ମଚାରୀ ଥିଲେ ଯିଏକି ଏହି ଆକ୍ରମଣ ବିଷୟରେ ରେଲୱେ କଣ୍ଟ୍ରୋଲ ରୁମରୁ ଖବର ପାଇଥିଲେ | ସେ ପ୍ରତ୍ୟେକ୍ଷଦର୍ଶୀ ଥିଲେ ସେହି ଲୋମ ତାଙ୍କର ଆକ୍ରମଣର | ସେ ସ୍ଵଚକ୍ଷୁରେ ଦେଖିଥିଲେ କିଭଳି ଆତଙ୍କବାଦୀମାନେ ନିମିଷକେ ୫୦ ରୁ ଅଧିକ ଲୋକଙ୍କୁ ଗୁଳି କରି ହତ୍ୟା କରିଦେଇଥିଲେ | ଦୀପକ କହିଛନ୍ତି ଯେ, ସକାଳ ୭ଟା ରେ ସେ ଵୈକୁଳ ଷ୍ଟେସନରେ ନିଜ ଡ୍ୟୁଟି ଆରମ୍ଭ କରିଥିଲେ | ଛତ୍ରପତି ଶିବାଜୀ ମହାରାଜା ଟର୍ମିନାସ ଷ୍ଟେସନରେ କର୍ମଚାରୀ କମ ଥିବାରୁ ସେ ନିଜ ଡ୍ୟୁଟି ସାରି ପୁଣି ଛତ୍ରପତି ଶିବାଜୀ ମହାରାଜା ଟର୍ମିନାସ ଷ୍ଟେସନକୁ ଦିନ ୩ଟା ରେ ଯାଇଥିଲେ | ସେଠାରେ ପହଂଚିବା ପରେ ଇଣ୍ଡ୍ରୟାଣୀ ଏକ୍ସପ୍ରେସ ପ୍ଲାଟ୍ଫର୍ମ ନମ୍ବର ୧୩ରେ ପହଂଚିବା କ୍ଷଣି ବହୁତ ଜୋର ଶବ୍ଦ ଶୁଣିଥିଲେ | ଟ୍ରେନ ପହଂଚିବା କ୍ୟାନଇ ସେଠାରେ ଏକ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣ ପରେ ଲୋକେ ଆତଙ୍କରେ ଏପଟେ ସେପଟେ ଦୌଡିବା ଆରମ୍ଭ କରିଥିଲେ | ସେତେବେଳେ କସାଵ ହସି ହସି ଲୋକଙ୍କ ଉପରକୁ ଗୁଳି ଚଳାଉଥିଲା | ସେହିଦିନର ସେହି ଲୋମ ତାଙ୍କର ଦୃଶ୍ୟକୁ ଦୀପକ ଆଜି ମଧ୍ୟ ଗୋଟି ଗୋଟି କରି ମାନେ ରଖିଛନ୍ତି ଏବେ ଜୀବନ ସାରା କେବେ ମଧ୍ୟ ଭୁଲି ପାରିବେ ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.