ଜଣେ ୨୫ ବର୍ଷ ବୟସ୍କ ମହିଳା ଆଉ ଜଣେ ୧୯ ବର୍ଷ ବୟସ୍କ ମହିଳାଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | February 05, 2019 IST

ନୂଆଦିଲ୍ଲୀ ୫/୨-ମହିଳାଙ୍କୁ ପୁରୁଷ ଦୁଷ୍କର୍ମ କରିବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଜଣେ ମହିଳାଙ୍କ ବାବଦରେ କହିବୁ, ଯିଏ ଆଉ ଜଣେ ମହିଳାଙ୍କୁ କରିଛନ୍ତି ଦୁଷ୍କର୍ମ । ଏହି ଦୁଷ୍କର୍ମ ଅଭିଯୋଗରେ କେବଳ ମହିଳା ନୁହଁନ୍ତି ଆହୁରି ତିନି ଜଣ ଯୁବକଙ୍କୁ ମଧ୍ୟ ସାମିଲଥିବା କଥା ପୋଲିସ ପାଖରେ କରିଛନ୍ତି ଫେରାଦ ।

ଏହି ଘଟଣାରେ ସୀମାପୁରୀ ପୋଲିସ ତିନି ପୁରୁଷ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କଲାବେଳେ ଯୁବତୀଙ୍କୁ ଛାଡ଼ିଦେଇଛି ।

ମହିଳାଙ୍କ  ଅଭିଯୋଗ କ୍ରମେ ୧୯ ବର୍ଷୀୟ ଯୁବତୀ ତାଙ୍କ ସହ ରହୁଥିଲା । ସେଥିପାଇଁ ତାଙ୍କ ସହ ଆପତ୍ତିଜନକ କଣ୍ଢେଇରେ ମାଧ୍ୟମରେ ଯୌନ ନିର୍ଯ୍ୟାତନା ଦେବା କଥା କହିଛନ୍ତି । ସେ ଏହି କଥାରେ ବିରୋଧ କରୁଥିଲେ ମଧ୍ୟ ମାଡ଼ ମାରୁଥିବା ତାଙ୍କ ଅଭିଯୋଗରେ କହିଛନ୍ତି । ଯୁବତୀ ଯୌନ ସଂମ୍ବନ୍ଧ ରଖିବାକୁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିଥିବା କଥା କହିଛନ୍ତି ।

କେବଳ ଯୁବତୀ ନୁହଁନ୍ତି, ତାଙ୍କ ସହିତ ମଧ୍ୟ ଯୁବତୀଙ୍କ ପୁରୁଷବନ୍ଧୁମାନେ ଏହିଭଳି କାମ କରୁଥିବା କଥା ସ୍ଵୀକାର କରିଛନ୍ତି । ରାହୁଲ ଓ ଗୌତମ ନାମକ ଦୁଇଜଣ ଯୁବକଙ୍କ ସହ ଯୁବତୀଙ୍କ ମାଧ୍ୟମରେ ହୋଇଥିଲା ପରିଚୟ । ମହିଳା ପୁଂଜି ନିବେଶ କଂପାନୀ ପାଇଁ କାମ କରୁଥିବାରୁ ସେମାନେ ତାଙ୍କୁ ଏବାବଦରେ କଥା ହେବାକୁ ଡ଼ାକିଥିଲେ । ମହିଳାଙ୍କୁ ନେଇ ଦୁଇ ଯୁବକ ଓ ୧୯ ବର୍ଷୀୟ ଯୁବତୀ ଦିଲସାଦ କୋଲନୀର ଏକ ଆପାର୍ଟମେଣ୍ଟକୁ ଯାଇଥିଲେ । ସେଠାରେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା କଥା କହିଛନ୍ତି । ସେହି ସମୟରେ ତାଙ୍କର ଅଶ୍ଳୀଳ ଭିଡ଼ିଓ ତିଆରି କରିଥିବା କଥା ଜଣାଇଛନ୍ତି, ଯାହା ମାଧ୍ୟମରେ ସେମାନେ ମହିଳାଙ୍କୁ ବ୍ଲାକମେଲ କରୁଥିବା କଥା କହିଛନ୍ତି ।

ଏହି ମାମଲାରେ ପୋଲିସ ତିନି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.