କଟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୨୫ତମ ଆନ୍ତଃଜିଲ୍ଲା ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

Published By : Prameya-News7 Bureau | November 10, 2019 IST

କଟକ ୧୦।୧୧: କଟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୫ ତମ ଆନ୍ତଃଜିଲ୍ଲା ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ । ସାରା ରାଜ୍ୟରୁ ବିଭିନ୍ନ ବର୍ଗର ପ୍ରାୟ ୩୧୦ ଜଣ ଖେଳାଳି ଏହି ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ମାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଙ୍କୁ ମିଳିବ ରାଜ୍ୟକୁ ପ୍ରତିନିଥିତ୍ବ କରିବା ପାଇଁ ସୁଯୋଗ । ଆଉ ଏହି ଖେଳାଳିଙ୍କୁ ନେଇ ଗଠନ ହେବ ରାଜ୍ୟ ଟେବୁଲ ଟେନିସ ଟିମ୍ ।

{"id":182096}

ରାଜ୍ୟରେ ପ୍ରଥମେ ନ୍ୟାସନାଲ ଚାମ୍ପିଅନସିପ୍ ,ପରେ କମନଓଲ୍ଥ ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପରେ ଏହା ପୁଣି ତୃତୀୟ ଚମ୍ପାନସିପ ଭାବେ କଟକରେ ଅନୁଷ୍ଠିତ ହୋଇଛି । ଉଦଯାପନି ସଂଧ୍ୟା ରାଜ୍ୟ ଟେବୁଲ ଟେନିସ ସଂଘ ସଭପତି ସଞ୍ଜୟ ସିଂ ଓ ସିଏମସି କମିଶନର ଅନନ୍ୟା ଦାସ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.