Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆସନ୍ତାକାଲି ନବୀନଙ୍କ ଟିମ୍‌ର ଶପଥ ଗ୍ରହଣ, ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ୨୫ ପ୍ଲାଟୁନ୍ ଫୋର୍ସ

28/05/2019 at 12:17 PM

ଭୁବନେଶ୍ବର ୨୮|୫: ଆସନ୍ତାକାଲି ଶପଥ ନେବେ ଟିମ୍ ନବୀନ । ପୂର୍ବାହ୍ନ ସାଢେ ୧୦ଟାରେ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା  ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୁରା ଏରିଆ ଉପରେ ସିସିଟିଭି ନଜର ରଖିବ ।  ଉତ୍ସବ ସ୍ଥଳରେ ୩୦ଟି ସିସିଟିଭି ଲାଗିବ ।  ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ବ୍ୟବସ୍ଥା କରାଯାଇଛି । ଶପଥସ୍ଥଳକୁ ପ୍ରବେଶ ପାଇଁ ୪ଟି ଗେଟ୍ କରାଯାଇଥିବା ବେଳେ ଗୋଟିଏ ଜରୁରୀକାଳୀନ ଗେଟ୍ ର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କେଶରୀ ଟକିଜ୍‌ ପଟୁ ଏଣ୍ଟ୍ରି କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ଚିଫ୍ ଜଷ୍ଟିସ । ହାଉସିଂ ବୋର୍ଡ ଛକ ପଟ ଗେଟ୍ ରେ ଏଣ୍ଟ୍ରି କରିବେ ଏମପି, ଏମଏଲଏ । ରାମମନ୍ଦିର ଛକ ପଟୁ ଅନ୍ୟ କର୍ମୀମାନେ ପ୍ରବେଶ କରିବେ । ଟ୍ରାଫିକ୍ ଜାମ୍ ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ମଧୁସୂଦନ ପାର୍କ, କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ପ୍ରଦର୍ଶନୀ ପଡିଆ ପାର୍ଶ୍ବରେ ପାର୍କିଂ କରାଯିବ ।

ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଜେଇ ହେଉଛି ପ୍ରଦର୍ଶନୀ ପଡିଆ । ଯୁଦ୍ଧ କାଳୀନ ଭିତ୍ତିରେ କାମ ଚାଲିଛି । କାହାରି ହାତକୁ ଫୁରସତ୍ ନାହିଁ ।  ପ୍ରଦର୍ଶନୀ ପଡିଆରେ ମୋଟ୍ ୩ଟି ଷ୍ଟେଜ୍ କରାଯାଇଛି । ଗୋଟିଏ ମୁଖ୍ୟ ଷ୍ଟେଜ୍ କରାଯାଇଛି, ଯେଉଁଠି ଶପଥ ନେବେ ନବୀନ ଆଣ୍ଡ କୋ । ଅନ୍ୟ ଦୁଇଟି ଷ୍ଟେଜରେ ଲାଗିବ ଏଲଇଡି ।  ଶପଥ ଗ୍ରହଣ ଉତ୍ସବରେ ୫ହଜାର ଲୋକଙ୍କ ଉପସ୍ଥିତିରେ ନବୀନ ଶପଥ ନେବେ ବୋଲି ସୂଚନା ମିଳିଛି ।

   Related Posts