ଭଲ ଖବର, ସୁସ୍ଥ ହେଲେ ଆଉ ୨୫୯୦ କରୋନା ଆକ୍ରାନ୍ତ

Published By : Prameya-News7 Bureau | September 06, 2020 IST

ଭୁବନେଶ୍ୱର, ୦୬।୦୯:  ରବିବାର କାଜ୍ୟରେ ୨୫୯୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬୩୬୪ରେ ପହଁଚିଛି ।

wp:html /wp:html

ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪୩୨ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକରୁ ୭୭, ଯାଜପୁରରୁ ୭୭, କେନ୍ଦ୍ରାପଡାରୁ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସେହିପରି ବରଗଡରୁ ୭୨, ବାଲେଶ୍ୱରରୁ ୭୧, ସମ୍ବଲପୁରରୁ ୭୧, କେଉଁଝରରୁ ୬୮, ନୟାଗଡରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିରରୁ ୫୪, ଝାରସୁଗୁଡାରୁ ୪୪, ବୌଦ୍ଧରୁ ୩୪, ସୋନପୁରରୁ ୩୦, ସୁନ୍ଦରଗଡରୁ ୩୦, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡାରୁ ୪, ଅନୁଗୋଳରୁ ୬ ଓ ଦେବଗଡରୁ ୪ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.