Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଗୋଟିଏ ମାସରେ ରଦ୍ଦ ହୋଇଛି ୨୫୬ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ : ସବୁଠାରୁ ଆଗରେ ମହାରାଷ୍ଟ୍ର

4/06/2020 at 11:25 AM

ନୂଆଦିଲ୍ଲୀ ୦୪/୦୬ : ଶ୍ରମିକ ସ୍ପେଶାଲ ପରିଚାଳନା ଆଗକୁ ବଢିବା ମଧ୍ୟରେ ରେଳବାଇ ତରଫରୁ ଜାରି ହୋଇଥିବା ତାଲିକାରୁ ଜଣାପଡିଛି ଯେ ମେ ୧ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ୪ ହଜାର ୪୦ ଟ୍ରେନ ଚଳାଯାଇଛି ଏବଂ ବିଭିନ୍ନ ରାଜ୍ୟ ଦ୍ୱାରା ୨୫୬ ଟ୍ରେନ ରଦ୍ଦ କରାଯାଇଛି | ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ସବୁଠାରୁ ଅଧିକ ଟ୍ରେନ ରଦ୍ଦ କରିଛନ୍ତି |

ତାଲିକା ଅନୁଯାୟୀ, ମହାରାଷ୍ଟ୍ର ମେ ୧ ତାରିଖରୁ ଏବେ ସୁଦ୍ଧା ୧୦୫ ଟ୍ରେନ ରଦ୍ଦ କରିଛି | ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ ମହାରାଷ୍ଟ୍ର ଟ୍ରେନ ମାଗିଥିଲେ କିନ୍ତୁ ଚଲାଇନଥିଲା | ତାଲିକା ଅନୁଯାୟୀ, ଗୁଜରାଟ ୪୭, କର୍ଣ୍ଣାଟକ ୩୮, ଉତ୍ତର ପ୍ରଦେଶ ୩୦ଟି ଟ୍ରେନ ରଦ୍ଦ କରିଛି | ତଥାପି ଗୁଜରାଟରେ ସର୍ବାଧିକ ଟ୍ରେନ ଚାଲିଛି |

ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ଟ୍ରେନ ପଠାଇବା ଓ ଗନ୍ତବ୍ୟ ରାଜ୍ୟ ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ଅନେକ ଟ୍ରେନ ରଦ୍ଦ ହୋଇଛି | ଜଣେ ଅଧିକାରୀ କହିଛନ୍ତି, ଉପଯୁକ୍ତ ପ୍ରୋଟୋକଲ ବିନା ସେ ଟ୍ରେନ ଚଲାଇ ପାରିବେ ନାହିଁ | ଆହୁରି କିଛି ଟ୍ରେନ ଯାତ୍ରୀଙ୍କ ତାଲିକା ତାଙ୍କୁ ହସ୍ତାନ୍ତର କରିନଥିଲେ ଯେଉଁଥିପାଇଁ ତାଙ୍କୁ ଅନେକ ଟ୍ରେନ ରଦ୍ଦ କରିବାକୁ ପଡିଥିଲା | ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ମଧ୍ୟ ଅନେକ ଟ୍ରେନ ରଦ୍ଦ ହୋଇଛି ବୋଲି ସେ କହିଛନ୍ତି | ସେଥିପାଇଁ ଗୃହ ମନ୍ତ୍ରାଳୟ ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ପ୍ରୋଟୋକଲ ବଦଳାଇ ଦେଇଛନ୍ତି ଏବଂ ଟ୍ରେନ ସେବା ପାଇଁ ଗନ୍ତବ୍ୟ ରାଜ୍ୟର ସହମତି ଶେଷ କରିଛନ୍ତି | ଯାହାଫଳରେ ଆସିବାକୁଥିବା ଟ୍ରେନଗୁଡିକୁ ଅସ୍ବୀକାର କରିବା ସମ୍ଭାବନା ନାହିଁ | ମହାରାଷ୍ଟ୍ର ପରେ ଗୁଜରାଟ ସବୁଠାରୁ ଅଧିକ ଟ୍ରେନ ରଦ୍ଦ କରିଛି | ତଥାପି ଗୁଜରାଟ ୧ ହଜାର ୨୬ ଶ୍ରମିକ ସ୍ପେଶାଲ ଟ୍ରେନ ଚଲାଇଛି ଏବଂ ୧୫ ଲକ୍ଷ ୧୮ ହଜାର ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଛି | ଏମାନଙ୍କ ମଧ୍ୟରୁ ୭୭ ପ୍ରତିଶତ ଉତ୍ତର ପ୍ରଦେଶ ଓ ବିହାର ଯାଇଛନ୍ତି |

ମହାରାଷ୍ଟ୍ର ୮୦୨ ଟ୍ରେନ ଚଲାଇଛି ଓ ଗୁଜରାଟ ପରେ ଦ୍ୱିତୀୟ ସ୍ଥାନରେ ରହିଛି | ମେ ୧ ତାରିଖରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ରେଳବାଇ ୪ ହଜାର ୧୯୭ ଶ୍ରମିକ ସ୍ପେଶାଲ ଟ୍ରେନ ଚଲାଇଛି | ଏମାନଙ୍କ ମଧ୍ୟରୁ ୪ ହଜାର ୧୧୬ ଟ୍ରେନ ନିଜର ଯାତ୍ରା ପୁରା କରିସାରିଛନ୍ତି | ୮୧ ଟ୍ରେନ ରାସ୍ତାରେ ଅଛନ୍ତି | ଏବେ ଆଉ ମାତ୍ର ୧୦ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିବାକୁ ଅଛି |

   Related Posts