Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବର୍ଷ ବର୍ଷ ଧରି ଲକଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛି ଦେଶର ୨୫୪ଟି ଗାଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

16/05/2020 at 5:35 PM

ନୂଆଦିଲ୍ଲୀ, ୧୬|୦୫:  ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଲାଗୁ କରାଯାଇଛି । ଫଳରେ ଲୋକଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି ।  କୌଣସି ଜରୁରି କାର୍ଯ୍ୟ ନଥିଲେ ଲୋକଙ୍କୁ ଘରୁ ନାବାହାରିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି ।

ଏପରି କିଛି ସ୍ଥାନ ରହିଛି ଯେଉଁଠି ବର୍ଷ ବର୍ଷ ଧରି ଲକଡାଉନ୍ ଭଳି ସ୍ଥିତି ଦେଖିବାକୁ ମିଳେ । ଭାରତ-ବାଂଲାଦେଶ ସୀମାରେ ଅବସ୍ଥିତ ଅନେକ ଗ୍ରାମରେ ପୀଢି ପରେ ପୀଢି ଧରି ଏପରି ସ୍ଥିତି ଲାଗି ରହିଛି । କାରଣ ଏହି ଗ୍ରାମରେ ଲୋକଙ୍କ ଘର ଗୋଟିଏ ପଟେ ଥିବା ବେଳେ ଚାଷ ଜମି ସୀମାର ଆରପଟରେ ରହିଛି । ଏପରିକି ଅନେକ ଘର ମଧ୍ୟ ଦୁଇଟି ଦେଶରେ ଆସୁଛି । ଏଠାକାର ଲୋକମାନେ ନିର୍ଧାରିତ ସମୟରେ ହିଁ  ବାହାରକୁ ବାହାରିବା ପାଇଁ ଅନୁମତି ମିଳେ । ତେବେ ଜରୁରୀକାଳୀନ ସ୍ଥିତିରେ ବିଏସଏଫ ଯବାନମାନେ ସେମାନଙ୍କୁ  ଯିବା ଆସିବା କରିବାକୁ ଅନୁମତି ଦେଇଥାନ୍ତି ।

ଦେଶ ବିଭାଜନ ସମୟରେ ରେଡିକ୍ଲିଫ୍ ଆୟୋଗଙ୍କ ଦ୍ୱାରା ସୀମା ଆବଣ୍ଟନ ପରେ ଏପରି ସ୍ଥିତି ଉପୁଜିଛି । ପଶ୍ଚିମବଙ୍ଗ ଓ ବାଂଲାଦେଶେର ସମୀରେ ବସବାସ କରୁଥିବା ୨୫୪ଟି ଗ୍ରାମର ପ୍ରାୟ ୭୦ ହଜାରରୁ ଅଧିକ ଲୋକ ବର୍ଷ ବର୍ଷ ଧରି ଲକଡାଉନର ସାମ୍ନା କରୁଛନ୍ତି । କାରଣ ଆୟୋଗର ମୁଖ୍ୟ ସାର୍ ରେଡିକ୍ଲିଫ୍ ପୂର୍ବରୁ କେବେ ଭାରତ ଆସିନଥିବା ବେଳେ ତାଙ୍କୁ ଦେଶ ବାବଦରେ କିଛି ଜଣା ନଥିଲା ।  ଏହା ସତ୍ତ୍ୱେ ମଧ୍ୟ ସେ ଭୁଲ ଭାବେ ସୀମା ବିଭାଜନ କରିଥିଲେ । ଯେଉଁଥିପାଇଁ ଏହି ଗ୍ରାମବାସୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । 

ପଶ୍ଚିମବଙ୍ଗ ଓ ତତ୍କାଳୀନ ପୂର୍ବ ପାକିସ୍ତାନ ବା ଏବେକାର ବାଂଲାଦେଶ ସୀମାରେ ଶତାଧିକ ଗ୍ରାମର ଅଧା ଅଞ୍ଚଳ ପୂର୍ବ ପାକିସ୍ତାନକୁ ଚାଲିଯାଇଥିଲା ଏବଂ ଆଉ ଅଧା ଅଞ୍ଚଳ ଭାରତରେ ରହିଥିଲା । ଏପରିକି କିଛି ଘରର ଗୋଟିଏ କୋଠରୀ ଭାରତରେ ଥିବା ବେଳେ ଅନ୍ୟ କୋଠରୀ ବାଂଲାଦେଶରେ ରହିଛି ।

   Related Posts