Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବିଦେଶ ସିଫ୍ଟ ହେବା ପାଇଁ ଭାରତର ୨୫୪ କୋଟିପତି ଆପଣେଇଲେ ଏହି ତରିକା, ଆଉ ଜଣେ ପରେ ଦେଶ ଛାଡି ଚାଲିଗଲେ

13/07/2021 at 4:52 PM

ନୂଆଦିଲ୍ଲୀ ୧୩।୦୪: ଭାରତର କୋଟିପତି କେମିତି ବିଦେଶ ଯାଇ ସହଜରେ ସେଠାରେ ରହି ଯାଉଛନ୍ତି ? ଏହାର ଖୁଲାସା ଏକ ଅନ୍ତର୍ଜାତୀୟ ରିପୋର୍ଟ ମାଧ୍ୟମରେ କରାଯାଇଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଭାରତର ପ୍ରାୟ ୨୫୪ କୋଟିପତି ୟୁକେ ସ୍ଥାନାନ୍ତର ହେବା ପାଇଁ ତଥାକଥିତ ‘ଗୋଲ୍ଡେନ ଭିସା’ର ବ୍ୟବହାର କରିଛନ୍ତି। ସେମାନେ ଉକ୍ତ ଦେଶରେ ବଡ ନିବେଶର ପ୍ରତିଶ୍ରୁତି ଦେଇ ଭାରତରୁ ଚାଲି  ଯାଇଛନ୍ତି। ୟୁକେ ସ୍ଥିତ ଏକ ଦୁର୍ନୀତି ନିବାରଣ ସଂସ୍ଥା ସୋମବାର ଏକ ନୂତନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୦୮ରେ ରୁଟ୍‌ ଖୋଲିବା ପରେ ଭାରତର ପ୍ରାୟ ୨୫୪ କୋଟିପତି ଗୋଲ୍ଡେନ ଭିସାର ବ୍ୟବହାର କରି ଦେଶରେ ବଡ ନିବେଶ କରିବା କଥା କହି ବ୍ରିଟେନ ସ୍ଥାନାନ୍ତର ହୋଇଛନ୍ତି।

କଣ ରହିଛି ରିପୋର୍ଟରେ

ରେଡ୍ କାର୍ପେଟ୍ ଫର ଡାର୍ଟି ମନି ନାମକ ରିପୋର୍ଟ ଅନୁଯାୟୀ, ଗୋଲ୍ଡେନ ଭିସା ମାଧ୍ୟମରେ ଧନୀ ବ୍ୟକ୍ତି ଯଦି ୟୁକେ ପଞ୍ଜୀକୃତ କମ୍ପାନୀରେ ନିବେଶ  କରିବେ ତେବେ ସେମାନଙ୍କୁ ଦେଶରେ ରହିବାର ଅଧିକାର ମିଳୁଛି। ଯଦି କୌଣସି କୋଟି ପତି ସେଠାକାର କମ୍ପାନୀରେ ୨ ମିଲିୟନ ପାଉଣ୍ଡ ନିବେଶ କରୁଛି ତେବେ ତାଙ୍କୁ ତିନି ବର୍ଷ ପାଇଁ ୟୁକେରେ ରହିବାର ଅଧିକାର ମିଳୁଛି। ଏହା ପରେ ଅବଧିକୁ ଦୁଇ ବର୍ଷ ବଢାଇ ଦିଆଯାଉଛି।

ପୂର୍ବେ ସହଜ ଥିଲା ଏହି ଭିସା ପାଇବା

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଯେଉଁ ବ୍ୟକ୍ତି ୧୦ ମିଲିୟନ ପାଉଣ୍ଡ ନିବେଶ କରୁଛନ୍ତି, ସେମାନଙ୍କୁ ୟୁକେରେ ଆହୁରି ସୁବିଧା ସୁଯୋଗ ମିଳୁଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀ ଭାରତରୁ ଫେରାର ହୋଇ ଲଣ୍ଡନରେ ଅଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ସେଠାରେ ସେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କର ଭାରତ ପ୍ରତ୍ୟର୍ପଣ ପ୍ରୟାସ ଜାରି ରହିଛି। ଲଣ୍ଡନ ହାଇକୋର୍ଟରେ ଭାରତ ପ୍ରତ୍ୟର୍ପଣ ବିରୋଧରେ ନିରବ ମୋଦୀ ବର୍ତ୍ତମାନ କେସ୍ ଲଢୁଛନ୍ତି।

୨୦୧୫ରେ ନିରବ ମୋଦୀ ଜଣେ ନିବେଶକ ଭାବେ ଭିସା ପାଇଁ ଆବେଦନ କରିଥିଲା। ଉକ୍ତ ସମୟରେ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ୟୁକେରେ ରହିବାର ଅଧିକାର ବହୁତ ସହଜରେ ମିଳି ଯାଉଥିଲା। କେବଳ ୨ ମିଲିୟନ ପାଉଣ୍ଡ ନିବେଶ କରି ସେଠାରେ ସେମାନଙ୍କୁ ରହିବାର ଅନୁମତି ମିଳି ଯାଉଥିଲା। ତେଣୁ ଭାରତର ପଳାତକ ଲଣ୍ଡନରେ ରହିବାକୁ ବେଶ ପସନ୍ଦ କରୁଥିଲେ।

   Related Posts