୨୦୧୫ରୁ ୨୦୧୭ ଭିତରେ ରାଜ୍ୟର ବିଭିନ୍ନ ଥାନାରେ ୨୫୪ଟି ମାନବ ଚାଲାଣ ମାମଲା ହୋଇଛି ରୁଜୁ : ଉଦବେଗଜନକ ସ୍ଥିତି ରୋକିବାକୁ ଆଗକୁ ଆସିଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | January 09, 2019 IST

ଭୁବନେଶ୍ବର୯|୧: ରାଜ୍ୟରେ ମାନବ ଚାଲାଣ ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନେଉଛି କ୍ରାଇମବ୍ରାଂଚ । ଏନେଇ ଭୁବନେଶ୍ବର ପୋଲିସ ଭବନରେ ଅନୁଷ୍ଠିତ ହୋଇଥିଲା ଦିନିକିଆ କର୍ମଶାଳା । ଏହାକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ।…..

wp:gallery {"ids":[72109]} /wp:gallery

ରାଜ୍ୟରେ ବଢ଼ୁଥିବା ମାନବ ଚାଲାଣ ଚିନ୍ତା ବଢ଼ାଇଛି । ଏହା ଉପରେ କେମିତି ରୋକ୍‌ ଲାଗିପାରିବ ସେନେଇ ସହଯୋଗର ହାତ ବଢ଼ାଇଛି କ୍ରାଇମବ୍ରାଂଚ । ୨୦୧୫ରୁ ୨୦୧୭ ଭିତରେ ରାଜ୍ୟର ବିଭିନ୍ନ ଥାନାରେ ୨୫୪ଟି ହ୍ୟୁମ୍ୟାନ୍‌ ଟ୍ରାଫିକିଙ୍ଗ୍‌ କେସ ରୁଜୁ ହୋଇଛି । ଏହି ମାମଲା ଗୁଡ଼ିକର ତଦନ୍ତ କରି ୩୨୧ଜଣ ପୁରୁଷ, ୨୫୪ଜଣ ମହିଳା ୪୨୭ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ସେହିଭଳି ଏଥିରେ ଅଭିଯୁକ୍ତ ଭାବେ ୨୧୬ଜଣ ପୁରୁଷ ଓ ୪୪ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବାହାର ରାଜ୍ୟରୁ ମଧ୍ୟ ୩୯୫ ପୁଅ ଓ ୧୯୬ ଝିଅଙ୍କୁ ଉଦ୍ଧାର କରିଛି ପୋଲିସ ।

wp:gallery {"ids":[72111]} /wp:gallery

ରାଜ୍ୟରେ ହ୍ୟୁମ୍ୟାନ୍‌ ଟ୍ରାଫିକିଙ୍ଗ୍‌ ରୋକିବା ଦିଗରେ ଅନେକ ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ କାମ କରୁଛନ୍ତି । ତଥାପି ଏଥିରେ ରୋକ୍‌ ଲାଗିପାରୁନି । ତେଣୁ ଏହାକୁ ରୋକିବାକୁ ଏବେ ଆଗେଇ ଆସିଛି କ୍ରାଇମବ୍ରାଂଚ ।

wp:gallery {"ids":[72112]} /wp:gallery

ରାଜ୍ୟରେ ମାନବଚାଲାଣ ଉପରେ ରୋକ ଲଗାଇବା ପାଇଁ କ୍ରାଇମବ୍ରାଞ୍ଚ ଯେଉଁ ପଦକ୍ଷେପ ନେଉଛି ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ।  ଏହି କର୍ମଶାଳାରେ ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ତେଲେଙ୍ଗାନା ଆଇଜିପି ମହେଶ ଭାଗବତ, ଆନ୍ଦ୍ରପ୍ରଦେଶ ହାଇକୋର୍ଟ ଆଇନଜୀବୀ ରାଜି ରୋଜେଦାର  ପ୍ରମୁଖ ଯୋଗଦେଇ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

wp:gallery {"ids":[72113]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.