Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ସ୍ୱଦେଶୀ କମ୍ପାନୀ ଆଣୁଛି ପ୍ରଥମ ଇଲେକ୍ଟ୍ରିକ କ୍ରୁଜର ବାଇକ୍, ପୂରା ଚାର୍ଜ ହେଲେ ଦୌଡ଼ିବ ୨୫୦କି.ମି.

3/12/2021 at 9:53 PM

ନୂଆଦିଲ୍ଲୀ ୦୩/୧୨ : ସାମ୍ପ୍ରତିକ ସମୟରେ ବଜାରରେ ଇ-ଭେଇକିଲର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଇ-ଯାନ ନିର୍ମାତାକାରୀ କମ୍ପାନୀ କୋମାକି ଇଲୋକ୍ଟ୍ରୋନିକ୍ସ ଭେଇକିଲ(Komaki Electric Vehicles) ବଜାରରେ ପ୍ରଥମ କ୍ରୁଜ ଇ-ମୋଟର ସାଇକେଲ ଲଞ୍ଚ କରିବାକୁ ଯାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବାଇକ୍‌ର ନାମ କୋମାକି ରେଞ୍ଜର ରହିଥିବା ବେଳେ ଏଥିରେ ୨୫୦ କି.ମି. ପର୍ଯ୍ୟନ୍ତ ରେଞ୍ଜ ମିଳିବ।

ଆସନ୍ତା ବର୍ଷ ଜାନୁଆରୀ ମାସରେ କୋମାକି ରେଞ୍ଜର ଆନୁଷ୍ଠାନିକ ଭାବେ ଲଞ୍ଚ ହୋଇପାରେ। ଲଞ୍ଚିଙ୍ଗ ପୂର୍ବରୁ ବାଇକକୁ ନେଇ କମ୍ପାନୀ ଦାବି କରିଛି ଯେ ଏଥିରେ ୪ କିଲୋୱାଟ୍‌ର ବ୍ୟାଟେରୀ ରହିବ । ଯାହାକି ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇ ଚକିଆ ଇ-ଭେଇକିଲ୍‌ର ସବୁଠୁ ବଡ଼ ବ୍ୟାଟେରୀ ହେବ। ଏହାର ବ୍ୟାଟେରୀ ଥରେ ପୁରା ଚାର୍ଜ ହେଲେ ୨୫୦କି.ମି. ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି। ଏହି ରେଞ୍ଜ ଦ୍ୱାରା ଆପଣ ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଯାଇପାରିବେ।

ଏଥିରେ ୫୦୦୦ ୱାଟ୍‌ର ମୋଟର୍ ରହିବ ଯାହାକି ବହୁତ ନିମ୍ନମାନର ରାସ୍ତାରେ ମଧ୍ୟ ଭଲ ପ୍ରଦର୍ଶନ କରିବ। ଏହା ଛଡ଼ା କ୍ରୁଜର ଇ-ବାଇକରେ କ୍ରୁଜ କଣ୍ଟ୍ରୋଲ, ରିପେୟାର ସୁଇଚ୍, ରିବର୍ସ ସୁଇଚ୍, ବ୍ଲୁ ଟୁଥ ଓ ଏଣ୍ଡ୍ରୋଏଡ ବ୍ରେକିଙ୍ଗ ସିଷ୍ଟମ ଭଳି ଅତ୍ୟାଧୁନିକ ସୁବିଧା ମିଳିବ।

ଆନୁଷ୍ଠାନିକ ଭାବେ ଲଞ୍ଚ ହେବା ପରେ ଏହି ବାଇକର ମୂଲ୍ୟ ଜଣା ପଡ଼ିବ। କିନ୍ତୁ କୋମାକି ରେଞ୍ଜର୍ର ଦାମ ଗ୍ରାହକମାନଙ୍କୁ ସୁହାଇଲା ଭଳି ହେବ ବୋଲି କମ୍ପାନୀ କହିଛି। କୋମାକି ଇଲେକ୍ଟ୍ରୋନିକ୍ସ ଡିଭିଜନ୍‌ର ମୁଖ୍ୟ ଗୁଞ୍ଜନ ମାଲୋହୋତ୍ରା କହିଛନ୍ତି ‘‘ଆମର ଏବେ ସୁଦ୍ଧା କିଛି ଜିନିଷ ଉପରେ ଅନ୍ତିମ ନିଷ୍ପତ୍ତି ନେବା ବାକି ରହିଛି, ଗ୍ରାହକଙ୍କୁ ସୁହାଇଲ ଭଳି ଦର ସ୍ଥିର କରିବା ପାଇଁ ଆମେ ଚାହୁଁଛୁ। ଯାହା ଫଳରେ ଭାରତୀୟ ସାଧାରଣ ଲୋକମାନେ ଏହି ସ୍ୱଦେଶୀ ବୈଦ୍ୟୁତିକ ଯାନର ଅଭିଜ୍ଞତା ଉପଲବ୍ଧି କରିପାରିବେ।’

   Related Posts