ଆଜି ରେକର୍ଡ ଆକ୍ରାନ୍ତ ଚିହ୍ନଟ ପରେ ଆସିଲା ସୁସ୍ଥ ଖବର: ସବୁ ଜିଲ୍ଲାରୁ ଆରୋଗ୍ୟ ହୋଇ ଘରକୁ ଫେରିଲେ ୨୫୦୩ ଆକ୍ରାନ୍ତ

Published By : Prameya-News7 Bureau | August 28, 2020 IST

ଭୁବନେଶ୍ଵର ୨୮।୦୮:  ଗୋଟିଏ ପଟେ କରୋନା ଭାକସିନ ଉପରେ ଗବେଷଣା ଜୋରଦାର ଚାଲି ଥିବା ବେଳେ ଅନ୍ୟପଟେ ଭାରତ ସହିତ ଓଡିଶାରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ଯେମିତି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ସଂଖ୍ୟାରେ ମଧ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଆଜି ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୩୬୮୨ ରୋଗୀ ଚିହ୍ନଟ ହେବା ପରେ ଗତ ୨୪ ଘଣ୍ଟାରେ ସମସ୍ତ ୩୦ ଜିଲ୍ଲାରୁ ୨୫୦୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୭,୮୨୬କୁ ବୃଦ୍ଧି ଘଟିଛି। ଏହା ସହିତ ସୁସ୍ଥହାର ମଧ୍ୟ  ବଢି ଚାଲିଛି, ଯାହା ସ୍ଵାସ୍ଥ୍ୟ ବିଭାଗ ପାଇଁ ଆଶ୍ଵସ୍ତିକର ଖବର। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହି ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୯ ରୋଗୀ ସୁସ୍ଥ ହୋଇଛନ୍ତି। ଏହା ପଛକୁ ୨୮୧ ଆରୋଗ୍ୟ ସହିତ କଟକ ଦ୍ଵିତୀୟରେ ରହିଛି। ଗଞ୍ଜାମ ଜିଲ୍ଲାରୁ ୨୦୪, ରାୟଗଡା ଜିଲ୍ଲାରୁ ୧୮୦, ସମ୍ଵଲପୁର ଜିଲ୍ଲାରୁ ୧୪୯, ନୟାଗଡରୁ ୧୩୫, ବାଲେଶ୍ଵର  ଜିଲ୍ଲାରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସେହି ପରି କୋରାପୁଟ  ଜିଲ୍ଲାରୁ ୯୫, ଝାରସୁଗୁଡାରୁ ୭୧, ବରଗଡରୁ ୭୦, ଭଦ୍ରକରୁ ୭୦, ବୌଦ୍ଧରୁ ୭୦, ମାଲକାନଗିରିରୁ ୫୨, ଗଜପତିରୁ ୪୮, ନବରଙ୍ଗପୁରରୁ ୪୪, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡରୁ ୩୮, ବଲାଙ୍ଗିରରୁ ୩୬, ଯାଜପୁରରୁ ୩୩, ସୋନପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୧୯, ଜଗତସିଂହପୁରରୁ ୧୫, ସୁନ୍ଦରଗଡରୁ ୧୫, ନୂଆପଡାରୁ ୭, ଅନୁଗୁଳରୁ ୩ ଓ ଦେବଗଡରୁ ୧ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୮୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ରେ ପହଞ୍ଚିଛି। ସେହି ଆଉ ୮ ଜଣ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ଘଟିଛି। ଆଜିର ସୁସ୍ଥକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୬୭,୮୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.