Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୫ମାସ ମଧ୍ୟରେ ଚାଇଲ୍ଡ ପରନୋଗ୍ରାଫିର ୨୫୦୦୦ମାମଲା : ଦିଲ୍ଲୀ ଏବଂ ମୁମ୍ବାଇ ସବୁଠୁ ଆଗରେ

28/01/2020 at 4:47 PM

ନୂଆଦିଲ୍ଲୀ ୨୮।୦୧:  ଶିଶୁ ଯୌନ ଶୋଷଣ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୫ ମାସ ମଧ୍ୟରେ ଭାରତରେ ସୋସିଆଲ ମିଡ଼ିଆରେ ଚାଇଲ୍ଡ ପରନୋଗ୍ରାଫିର ଅତି କମରେ ୨୫ ହଜାରରୁ ଉର୍ଦ୍ଧ୍ବ ଭିଡ଼ିଓ କିମ୍ବା ଫଟୋ ଅପଲୋଡ୍ କରାଯାଇଛି। ଆମେରିକାର National Center for Missing and Exploited Children (NCMEC) ଭାରତର କ୍ରାଇମ୍ ରେକର୍ଡ ବ୍ୟୁରୋକୁ ଏହି ତଥ୍ୟ ଦେଇଛନ୍ତି।

ତଥ୍ୟ ଆଧାରରେ କୁହାଯାଇଛି କି, ସର୍ବ ପ୍ରଥମରେ ରହିଛି ଦିଲ୍ଲୀ। ଅର୍ଥାତ୍ ଦିଲ୍ଲୀରେ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ଫଟୋ ଓ ଭିଡ଼ିଓ ସବୁଠୁ ଅଧିକ ଅପଲୋଡ୍ କରାଯାଉଛି। ଏହାପରେ ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରହିଛି।

ଯଦିଓ ଏବେ ସୁଦ୍ଧା ରାଜ୍ୟ ଅନୁଯାୟୀ ମାମଲାର ସଂଖ୍ୟା ସାର୍ବଜୀନନ ନୁହେଁ, କିନ୍ତୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି, ମହାରାଷ୍ଟ୍ରରେ ପ୍ରାୟ ୧୭୦୦ ଏମିତି ମାମଲା ରହିଛି ଯାହା ସାଇବର ପୋଲିସକୁ ଜଣାଇ ଦିଆଯାଇଛି। ଅଧକାରୀଙ୍କ କହିବାନୁସାରେ ଗତ ୫ ମାସରେ ହିଁ ଏହି ମାମଲା ପୋଲିସକୁ ଦିଆଯାଇଛି।

ଗୃହମନ୍ତ୍ରାଳୟର ଅଧକାରୀଙ୍କ କହିବାନୁସାରେ, ଏହିଭଳି ମାମଲାରେ ପୂର୍ବରୁ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଏହିଭଳି ମାମଲାରେ ବହୁତ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଗୃହମନ୍ତ୍ରାଳୟ ଗତ ବର୍ଷ NCMEC ସହିତ ବୁଝାମଣା କରି ଦସ୍ତଖତ କରିଥିଲେ।

ଏହାପରେ ଏହି ସଙ୍ଗଠନ ଭାରତର ଶିଶୁ ନଗ୍ନତା ଉପରେ କିଛି ତଥ୍ୟ ଏବଂ ଡାଟା ପଠଇଛନ୍ତି। ଗୃହମନ୍ତ୍ରାଳୟ କହିବାନୁସାରେ ଯେଉଁ ତଥ୍ୟ ବି ହାସଲ କରାଯାଇଛି ତାହା ରାଜ୍ୟ ପୋଲିସକୁ ପଠାଇ ଦିଆଯାଇଛି। ଏବେ ରାଜ୍ୟ ପୋଲିସକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ।

ତେବେ ଲକ୍ଷ୍ୟ କରାଯାଇଛି କି, ଏହିଭଳି ମାମଲା ସହରରେ ଅଧିକ ହେଉଛି। ମହାରାଷ୍ଟ୍ର ବିଷୟରେ କହିବା ତ ମୁମ୍ବାଇ ଏବଂ ପୁଣେରେ ସବୁଠୁ ଅଧିକ ମାମଲା ସାମ୍ନାକୁ ଆସିଛି। କେବଳ ମୁମ୍ବାଇରେ ହିଁ ଗତ ୫ ମାସ ଭିତରେ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।

   Related Posts