Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କୃଷକ ଆନ୍ଦୋଳନକୁ ନେଇ ପ୍ରଚାର ହେଉଥିଲା ଗୁଜବ, ୨୫୦ ଟ୍ବିଟ୍‌ର ଆକାଉଣ୍ଟ ସସ୍‌ପେଣ୍ଡ

1/02/2021 at 4:34 PM

ନୂଆଦିଲ୍ଲୀ ୦୧/୦୨: କୃଷକ ଆନ୍ଦୋଳନକୁ ଉସୁକାଇବା ପାଇଁ ବ୍ୟବହାର ହେଉଥିବା ୨୫୦ ଟ୍ବିଟ୍‌ର ଆକାଉଣ୍ଟ ସସ୍‌ପେଣ୍ଡ କଲେ କେନ୍ଦ୍ର ସରକାର। ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ୨୫୦ ଟ୍ବିଟ୍‌ର ଆକାଉଣ୍ଟ ରଦ୍ଦ କରିଛନ୍ତି । ଏହି ସବୁ ଟ୍ବିଟ୍‌ର ଆକାଉଣ୍ଟ ମାଧ୍ୟମରେ ମିଥ୍ୟା ଏବଂ ହିଂସା ଘଟାଇବା ଭଳି ପୋଷ୍ଟ କରାଯାଉଥିଲା। ବିଭିନ୍ନ ବିବାଦୀୟ ହାସ୍ଟ୍ୟାଗ୍‌ ମଧ୍ୟ ଏହି ସବୁ ଆକାଉଣ୍ଟ ମାଧ୍ୟମରେ ପ୍ରସାର କରାଯାଉଥିଲା ବୋଲି ସୂଚନା ମିଳିଛି।

ଏହି ସବୁ ଆକାଉଣ୍ଟ ମାଧ୍ୟମରେ #ModiPlanningFarmerGenocide ଭଳି ହାସଟ୍ୟାଗ୍‌ ପୋଷ୍ଟ କରାଯାଉଥିଲା। ଏହି ହାସଟ୍ୟାଗ୍‌ର ଅର୍ଥ ହେଉଛି ମୋଦୀ ସରକାର କୃଷକଙ୍କ ଜନସଂହାର କରିବାକୁ ପ୍ରସ୍ତୁତ କରୁଛନ୍ତି।

ଗୃହ ମନ୍ତ୍ରାଳୟ ଏବଂ ସୁରକ୍ଷା ଏଜେନ୍ସିର ଅପିଲ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଦର୍ଶନ ସମୟରେ ଅସୁବିଧା ସୃଷ୍ଟି କରିବା ସହ ଦେଶର ସୁରକ୍ଷା କ୍ଷେତ୍ରରେ ଏହି ସବୁ ଆକାଉଣ୍ଟ ବିପଦ ସୃଷ୍ଟି କରିପାରେ ବୋଲି ଅପିଲରେ କୁହାଯାଇଥିବା ଜଣାପଡ଼ିଛି। ବ୍ଲକ୍‌ କରାଯାଇଥିବା ଟ୍ବିଟ୍‌ର ଆକାଉଣ୍ଟଗୁଡ଼ିକ ମଧ୍ୟରେ କିଷାନ ଏକତା ମୋର୍ଚ୍ଚା, ଦ କାରବାନା, ମାନିକା ଗୋଏଲ, Tractor2twitr_junction ସାମିଲ ଅଛି।

   Related Posts