ଇ-ଟିକେଟ୍ ଓ ତତ୍କାଳ ସେବା ଦୂରୁପଯୋଗ ରୋକିବାକୁ ସାରା ଦେଶରେ ଆରପିଏଫର ‘ଅପରେସନ ଥଣ୍ଡର’, ଧରାପଡିଲେ ୪ଶହ ଦଲାଲ, ମିଳିଲା ସଫ୍ଟୱେର

Published By : Prameya-News7 Bureau | June 14, 2019 IST

ନୂଆଦିଲ୍ଲୀ ୧୪।୬: ରେଳବାଇର ଇ-ଟିକେଟ୍ ଓ ତତ୍କାଳ ସେବାର ଦୂରୁପଯୋଗ ରୋକିବାକୁ ରେଳ ସୁରକ୍ଷା ବଳ ଆରପିଏଫ ସାରା ଦେଶରେ ଚଳାଇଛି ଅପରେସନ ଥଣ଼୍ଡର। ଏପର୍ଯ୍ୟନ୍ତ ଦେଶର ୨୫୦ରୁ ଅଧିକ ସହରରେ ଆରପିଏଫ ଚଢଉ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ୪ଶହ ଦଲାଲଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ୨୨ ହଜାର ୨୫୩ଟି ରେଳ ଟିକେଟ୍ ସମେତ ରେଳବାଇ ଟିକେଟ୍ ବିକ୍ରି ପ୍ରଣାଳୀ ହ୍ୟାକ ପାଇଁ ବ୍ୟବହାର କରୁଥିବା ସଫ୍ଟୱେରକୁ ମଧ୍ୟ ଜବତ କରାଯାଇଥିବା  କହିଛନ୍ତି ଆରପିଏଫ ଡିଜି ଅଋଣ କୁମାର।

{"id":123028,"width":584,"height":431}

ରେଳବାଇ ଆଇଟି ସେଲ ସହଯୋଗରେ ଚଳା ଯାଇଥିବା ଏହି ଅପରେସନରେ ଏକକାଳୀନ ୩୩୮ ସ୍ଥାନରେ ଗୋଟିଏ ସମୟରେ ଆରପିଏଫ ରେଡ କରିଥିଲା। ଏହି ରେଡ ବେଳେ ୩୬ଲକ୍ଷ ୯୧ ହଜାର ୫୮୦ ଟଙ୍କା ମୂଲ୍ୟର ୨୨ହଜାର ୨୫୩ଟି ଟିକେଟ୍ ଜବତ ହୋଇଥିଲା। ଏହି ସବୁ ଟିକେଟରେ ଆଗାମୀ ଦିନରେ ଯାତ୍ରା ହେବାର ଥିଲା।

{"id":123029,"width":579,"height":325}

ଆରପିଏଫ ମହାନିର୍ଦ୍ଦେଶକ ଅଋଣ କୁମାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ ରେଳବାଇ ନିମନ୍ତେ ବର୍ତ୍ତମାନ ସମୟ ସବୁଠାରୁ ବ୍ୟସ୍ତତମ ସମୟ ବୋଲି କହିଛନ୍ତି। ଉତ୍ତରପ୍ରଦେଶରେ ଏବେ ବିବାହ ଋତୁ ଆରମ୍ଭ ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ରେଳ ଯାତ୍ରୀଙ୍କ ଆବାଗମନ ଆରମ୍ଭ ହୋଇଛି। ଫଳରେ ରେଳରେ ଯାତ୍ରୀ ଭିଡ ବଢୁଥିବା ବେଳେ କିଛି ଅସାମାଜିକ ତତ୍ୱ ରେଳଯାତ୍ରାର ସମସ୍ୟାରୁ ସେମାନଙ୍କର ଫାଇଦା କରିବାରେ ଲାଗିଛନ୍ତି। ଜବତ ଟିକେଟକୁ ଦଲାଲ ମାନେ ଯାତ୍ରୀଙ୍କୁ ବିକି  ୩ କୋଟି ୭୯ ଲକ୍ଷ ୮୦୩ ଟଙ୍କା ଲାଭ କମାଇଥାନ୍ତେ। ତେବେ ତା ପୂର୍ବରୁ ସେମାନଙ୍କ ବିରୋଧରେ ଆରପିଏଫ କାର୍ଯ୍ୟାନୁଷ୍ଠଯୋଗୁ ଟିକେଟ ରାକେଟର ପର୍ଦ୍ଦାଫାସ ହୋଇଥିବା କହିଛନ୍ତି ଆରପିଏଫ ମହାନିର୍ଦ୍ଦେଶକ।

{"id":123030}

ଏଥିରେ କୋଲକାତାରୁ ସର୍ବାଧିକ ୫୧ ଜଣ ରେଳ ଟିକେଟ୍ ଦଲାଲଙ୍କୁ ଗିରଫକରାଯାଇଥିବା ବେଳେ ଛତିଶଗଡ ବିଳାଶପୁରରୁ ୪୧ଜଣ ଦଲାଲା ଗିରଫ ହୋଇଛନ୍ତି । ଏହାଛଡା ରାଜସ୍ଥାନ କୋଟାରୁ ଆରପିଏଫ ରେଳବାଇ ନେଟୱାର୍କ ହ୍ୟାକ୍ ପାଇଁ ଦଲାଲ ବ୍ୟବହାର କରୁଥିବା ଏଏନଏମଏସ/ରେଡମିର୍ଚ୍ଚି ସଫ୍ଟୱେରକୁ ମଧ୍ୟ ଜବତ କରାଯାଇଛି। ଏହି ସଫ୍ଟୱେର ଦ୍ୱାରା ଦଲାଲମାନେ ରେଳବାଇ ଟିକେଟ୍ ବିକ୍ରି ପ୍ରଣାଳୀ ହ୍ୟାକ୍ କରି ନିଜ ଟିକେଟ୍ କରାଇ ନେଉଥିଲେ। ଏଥିପାଇଁ ସେମାନେ ବ୍ୟବହାର କରୁଥିବା ୩୮୭ ୟୁଜର ଆଇଡିକୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ଏଥିପାଇଁ ଜାରୀ ରେଳ ଟିକେଟ୍ କୁ ଅମାନ୍ୟ କରିଦିଆଯାଇଥିବା ଅଋଣ କୁମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.