୫୦ ମୁସଲମାନ ପରିବାରର ୨୫୦ ଲୋକ ଗ୍ରହଣ କଲେ ହିନ୍ଦୁ ଧର୍ମ

Published By : Prameya-News7 Bureau | August 06, 2020 IST

ଜୟପୁର ୦୬/୦୮ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅବସରରେ ବୁଧବାର ଦିନ ବାଡ଼ମେର ଜିଲ୍ଲାର ପାୟଲ କଲ୍ଲା ପଞ୍ଚାୟତ ସମିତିର ମୋତିସରା ଗାଁର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି | ହିନ୍ଦୁ ଧର୍ମ ଗ୍ରହଣ କରିଥିବା ପରିବାରର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ପୂର୍ବଜ ହିନ୍ଦୁ ଥିଲେ | ଏହା ଜାଣିବା ପରେ ସେମାନେ କାହା ଚାପରେ ନ ପଡି ସ୍ୱଇଚ୍ଛାରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି | ସେ କହିଛନ୍ତି ଯେ ମୁଗଲ ଶାସନ ସମୟରେ ମୁସଲମାନମାନେ ସେମାନଙ୍କ ପୂର୍ବଜଙ୍କୁ ଡରାଇ ଧମକାଇ ମୁସଲମାନ କରିଦେଇଥିଲେ | କିନ୍ତୁ ସେମାନେ ହିନ୍ଦୁ | ପୂର୍ବଜଙ୍କ ବିଷୟରେ ସବୁ କଥା ଜାଣିବା ପରେ ସେମାନେ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ | ସେମାନଙ୍କ ରୀତିନୀତି ମଧ୍ୟ ହିନ୍ଦୁଙ୍କ ଭଳି | ସେମାନେ ଘରେ ଯଜ୍ଞ କରି ପଇତା ପିନ୍ଧି ପରିବାରର ୨୫୦ ସଦସ୍ୟ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି |

{"id":310550,"width":576,"height":383,"sizeSlug":"large"}

ଗାଁର ଆଉ ଏକ ପରିବାର କହିଛନ୍ତି ଯେ ସେମାନେ କଞ୍ଚନ ଦାଢ଼ି ସମ୍ପ୍ରଦାୟର ଏହି ପରିବାର ଗତ କିଛି ବର୍ଷରୁ ହିନ୍ଦୁ ରୀତିନୀତି, ପର୍ବ ପାଳନ କରୁଛନ୍ତି | ଏମାନେ ପ୍ରତିବର୍ଷ ନିଜ ଘରେ ହିନ୍ଦୁ ପର୍ବ ପାଳନ କରନ୍ତି | ଏମାନେ କେବେ ମଧ୍ୟ ମୁସଲମାନ ପର୍ବ ପାଳନ କରନ୍ତିନାହିଁ | ରାମ ମନ୍ଦିର ଶିଳାନ୍ୟାସ ସମାରୋହରେ ଏମାନେ ପୂଜା ପାଠ ଆୟୋଜନ କରିଥିଲେ ଏବଂ ହିନ୍ଦୁ ସଂସ୍କୃତି ପାଳନ କରି ସ୍ୱଇଚ୍ଛାରେ ନିଜ ଧର୍ମକୁ ଫେରିଛନ୍ତି ବୋଲି କହିଛନ୍ତି | ପରିବାରରେ ସମସ୍ତଙ୍କ ନାଁ ମଧ୍ୟ ହିନ୍ଦୁ ନାଁରେ ରହିଛି |

{"id":310551,"sizeSlug":"large"}

ଏମାନେ ରାମ ଜନ୍ମଭୂମି ଶିଳାନ୍ୟାସ ଅବସରରେ ସରପଞ୍ଚଙ୍କୁ କହି ଗାଁରେ ଯଜ୍ଞ କରିଥିଲେ | ପୂଜା ପାଠ କରି ଏମାନେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି | ପୁରା ଗାଁ ଏମାନଙ୍କ ନିଷ୍ପତ୍ତିକୁ ଆଦର ସହକାରେ ଗ୍ରହଣ କରିବା ସହ ସମ୍ମାନ ଜଣାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.