Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଜେପିରେ ୨୫୦ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ : ଆଜି ହୋଇପାରେ ଘୋଷଣା

21/03/2019 at 2:09 PM

ଦିଲ୍ଲୀ ୨୧/୩ : ବିଜେପି ଏକ ଲମ୍ବା ଅପେକ୍ଷା ଏବଂ ମାନସ ମନ୍ଥନ ପରେ ଲୋକସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ତାଲିକା ଜାରି କରିବ | ହୋଲି ଅବସରରେ ଆଜି ଟିକଟ ଘୋଷଣାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି | ବିଜେପି ୨୫୦ ଜଣ ପ୍ରାର୍ଥୀଙ୍କ ଚୂଡାନ୍ତ କରିଛି | ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶର ପାଖାପାଖି ୩୫ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ସୂଚନା ମିଳିଛି |


ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏବଂ କେଶବ ମୌର୍ଯ୍ୟ ତଥା ରାଜ୍ୟ ବିଜେପି ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ | ରାମପୁର ଲୋକସଭା ଆସନରୁ ବିଜେପି ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟ ପ୍ରଦାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଶୁଣିବାକୁ ମିଳିଛି |


ବିହାରର ସମସ୍ତ ୧୭ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା କରାଯାଇପାରେ | ମହାରାଷ୍ଟ୍ରର ୨୧ ଆସନ ପାଇଁ ମଧ୍ୟ ଆଜି ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ |


ପଶ୍ଚିମବଙ୍ଗ ପ୍ରାର୍ଥୀ ଚୟନ ନେଇ ବିଜେପି ବୈଠକ କରିଥିଲା | ମୋଟ ୪୨ ଆସନ ମଧ୍ୟରୁ ୨୭ ଆସନର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଛି | ସୂଚନାଯୋଗ୍ୟ ଯେ, ଆସାନସୋଲରୁ ଗାୟକ ବାବୁଲ ସୁପ୍ରିୟୋ ନିର୍ବାଚନ ଲଢ଼ିବେ | ଦାର୍ଜିଲିଂରୁ ଏସ.ଏସ.ଆଲୁବାଲିଆଙ୍କୁ ମଧ୍ୟ ଟିକେଟ ମିଳିପାରେ ଆଲୋଚନା ହେଉଛି | ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଷୌମିତ୍ର ଖାନଙ୍କୁ ମଧ୍ୟ ଟିକେଟ ମିଳିବ ବୋଲି ଶୁଣିବାକୁ ମିଳିଛି | ଅନୁପମ ହଜାରାଙ୍କୁ ମଧ୍ୟ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି |


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ବୁଧବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଛତିଶଗଡ଼ର ୧୧ ଆସନ ମଧ୍ୟରୁ ୫ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଛି | ଛତିଶଗଡ଼ର ବାକି ଆସନ ପାଇଁ ପ୍ରାର୍ଥୀ ଚୟନ ନେଇ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ |

   Related Posts