Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ସହ ମାସେ ଯାଏଁ ସଂଘର୍ଷ କରିବା ପରେ ହାରିଗଲେ ୨୫ ବର୍ଷୀୟ ଯୁବ ଡାକ୍ତର

15/09/2020 at 5:55 PM

ନୂଆଦିଲ୍ଲୀ ୧୫/୦୯ : କରୋନାରେ ପୀଡିତ ହୋଇ ଗତ ମାସେ ହେଲା ସଂଘର୍ଷ କରିବା ପରେ ଜୀବନ ଯୁଦ୍ଧରେ ହାରିଗଲେ ଯୁବ ଡାକ୍ତର । ହରିୟାଣା ହିସାରର ୨୫ ବର୍ଷୀୟ ଡ.ବିକାଶ ସୋଲଙ୍କି ଦିଲ୍ଲୀ ସ୍ଥିତ ଏମ୍ସରେ ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିକାଶ ସୋଲଙ୍କି ହରିୟାଣା ଝଜ୍ଜର ଏମ୍ସରେ କାର୍ଯ୍ୟରତ ଥିଲେ । ସେଠାରେ କରୋନା ସଂକ୍ରମଣର ଶିକାର ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ଶନିବାର ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

ବିକାଶ ସୋଲଙ୍କିଙ୍କୁ ଏମ୍ସରେ ଭେଣ୍ଟିଲେଟରରେ ରଖ ଯାଇଥିଲା । ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁଯାୟୀ ବିକାଶଙ୍କ ମଧ୍ୟରେ ସାମାନ୍ୟ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା । ଚିକିତ୍ସା ସମୟରେ ଶରୀରର ଅନ୍ୟ ଅଙ୍ଗରେ ସଂକ୍ରମଣ ହୋଇଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଝଜ୍ଜରରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ବହୁତ ଚେଷ୍ଟା କରି ମଧ୍ୟ ବଞ୍ଚାଇ ପାରିନଥିଲେ । 

ଅନ୍ୟମାନଙ୍କ ସାହାଯ୍ୟ ପାଇଁ ବିକାଶ ସବୁବେଳେ ପ୍ରସ୍ତୁତ ଥାଆନ୍ତି ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି । ତାଙ୍କର ଜଣେ ସାଙ୍ଗ କହିଛନ୍ତି ଯେ ୨୦୧୫ ରେ ବିକାଶ ଓ ତାଙ୍କର କିଛି ସାଙ୍ଗ ଲେହ ଯାଇଥିଲେ । ସେଠାରେ ବିକାଶଙ୍କ କଥାରେ ସ୍କୁଲରେ ପଢ଼ୁଥିବା ଷଷ୍ଠରୁ ନବମ ଶ୍ରେଣୀ ଯାଏଁ ଛାତ୍ରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ।

   Related Posts