Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଲଜ୍ଜା / ସମ୍ପର୍କୀୟ ଝିଆରୀକୁ ମାଛ ଧରିବା ବାହାନାରେ ଡାକି ଜଙ୍ଗଲରେ ଦୁଷ୍କର୍ମ : ଗିରଫ ହେଲା ଦାଦା

9/11/2019 at 1:42 PM

ଜୟପୁର ୯|୧୧: ୬ ବର୍ଷର ସଂପର୍କୀୟ ଝିଆରୀକୁ ଦାଦାର ଦୁଷ୍କର୍ମ ଅଭିଯୋଗ।ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ।ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ।ସେପଟେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ  ପୀଡିତାର ଚାଲିଛି ଚିକିତ୍ସା ଚାଲିଥିବା ବେଳେ ପୀଡିତାକୁ ଭେଟିଛନ୍ତି DCPO,CWC ଏବଂ ଡାଲସାର ଅଧିକାରୀ।

ଲଜ୍ଜା । ମଣିଷ ପାଲଟିଲା ରାକ୍ଷସ। ୬ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ୨୫ ବର୍ଷର ଯୁବକ। ତାହା ବି ସଂପର୍କୀୟ ଝିଆରୀ ସହ।ଏମିତି କିଛି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରୁ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ସଂପର୍କୀୟ ଦାଦାକୁ ଗିରଫ କରିଛି। ତା ନାଁ ଡମ୍ବରୁ ମୁଦୁଲି।ଗତ ୭ ତାରିଖ ଦିନ ମାଛ ଧରିବା ବାହାନାରେ ଡମ୍ବରୁ ପୀଡିତାଙ୍କୁ ଡାକି ନେଇ ଗାଁ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା।ଆଉ ପୀଡିତା କାନ୍ଦି କାନ୍ଦି ପୁରା ଘଟଣା ଘରେ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସେପଟେ ପୀଡିତା ଅସୁସ୍ଥ ଥିବାରୁ ପ୍ରଥମେ ବୋରିଗୁମ୍ମା ଓ ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।ପୀଡିତା ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ତାକୁ ଭେଟିଛନ୍ତି CWC,ଡାଲସା ଓ DCPOର ଅଧିକାରୀ।ପୀଡିତାକୁ ପାଠ ପଢିବା ଠାରୁ ଆରମ୍ଭ କରି ସମସ୍ତ ସହାୟତା ଓ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସମସ୍ତେ।ଆଉ ଘଟଣାକୁ ନିନ୍ଦା କରିବା ସହ ଉଦବେଗ ପ୍ରକାଶ କରିଛନ୍ତି।

ଦେହର ଭୋକ ମେଣ୍ଟାଇବାବା ପାଇଁ ସବୁ ସୀମା ଟପି ଯାଈଛି ଅଭିଯୁକ୍ତ ଡମ୍ବରୁ।ଆଉ ଏପରି ନର ରାକ୍ଷସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ।

   Related Posts