Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ପୁଅ ନିଖୋଜ ହେବାରୁ ଥାନାରେ ପହଞ୍ଚିଲେ ବାପା : ତା ପରଦିନ ଘରର ଛାତରୁ ମିଳିଲା କଙ୍କାଳ

12/12/2020 at 10:49 AM

କୋଲକାତା ୧୨/ ୧୨: ପଶ୍ଚିମବଙ୍ଗର ସଲ୍ଟ ଲେକ୍‌ରେ ଜଣେ ୨୫ବର୍ଷର ଯୁବକ ନିଖୋଜ ହେବା ପରେ ତାଙ୍କ କଙ୍କାଳ ତାଙ୍କରି ଘରର ଛାତରେ ମିଳିବା ଫଳରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଯୁବକ ଗୁରୁବାର ନିଖୋଜ ହୋଇଯାଇଥିଲେ। ପୋଲିସର କହିବା ଅନୁସାରେ ଯେଉଁ କଙ୍କାଳ ମିଳିଛି ତାହା ଯୁବକର ବୋଲି ସନ୍ଦେହ କରାଯାଉଛି।

ଅନିଲ କୁମାର ମହେନସରିଆ ନାମକ ବ୍ୟକ୍ତି ତାଙ୍କ ପୁଅ କିଛି ଦିନ ହେବ ନିଖୋଜ ଥିବାର ଅଭିଯୋଗ କରିଥିଲେ। ଏହା ପରେ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯେତେବେଳେ ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ଅନିଲଙ୍କ ଘରର ଛାତରୁ ଏକ ନରକଙ୍କାଳ ଜବତ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଅନିଲଙ୍କ ପତ୍ନୀ ଗୀତା ସଲ୍ଟ ଲେକ୍ ଘରକୁ ଛାଡ଼ି ଗତ ବର୍ଷ ନିଜ ପିଲା ଅର୍ଜୁନ,ବିଦୂର ଏବଂ ବୈଦେହୀଙ୍କ ସହ ନିକଟସ୍ଥ ରାଜାରହାଟରେ ରହିବାକୁ ଚାଲି ଯାଇଥିଲେ।

ଅକ୍ଟୋବର ମାସରେ ଅନିଲଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କ ପତ୍ନୀ ଏବଂ ୩ପିଲା ରାଞ୍ଚି ଚାଲି ଯାଇଛନ୍ତି ଏବଂ ନିଜ ବାପା ମାଆଙ୍କ ଘରେ ରହୁଛନ୍ତି। ଏହି ସମୟରେ ତାଙ୍କର ବଡ଼ ପୁଅ ଅର୍ଜୁନଙ୍କ ସହ କଥାବାର୍ତ୍ତା ହୋଇପାରିନଥିଲା ଏବଂ ତାଙ୍କ ପତ୍ନୀ କହିଥିଲେ ଯେ ସେ ମଧ୍ୟ ରାଞ୍ଚିରେ ଅଛନ୍ତି। ନିଜ ପୁଅ ସହ କଥା ନ ହୋଇପାରିବାରୁ ଅନିଲ ଗୁରୁବାର ସକାଳେ ବିଧାନ ନଗର ଇଷ୍ଟ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ସେ ଅର୍ଜୁନଙ୍କ ନିଖୋଜ ହେବା ପଛରେ ପତ୍ନୀଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ।

ଅନିଲଙ୍କୁ ସନ୍ଦେହ ହୋଇଥିଲା ଯେ ତାଙ୍କ ପତ୍ନୀ ଅନ୍ୟ କିଛି ଲୋକଙ୍କ ସହାୟତାରେ ଅର୍ଜୁନଙ୍କ ଅପହରଣ କରିଛନ୍ତି ଏବଂ ତାଙ୍କ ହତ୍ୟା କରାଇ ଦେଇଛନ୍ତି। ପୋଲିସ୍ ଗତକାଲି ସନ୍ଧ୍ୟାରେ ଏଜେ ବ୍ଲକର ଅନିଲଙ୍କ ଘରର ଛାତରୁ ଏକ କଙ୍କାଳକୁ ଖୋଜି ବାହାର କରିଥିଲେ। କଙ୍କାଳକୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଥିଲା। ପ୍ରାଥମିକ ଭାବେ ଏହା ଅର୍ଜୁନଙ୍କ ବିବରଣ ସହ ମେଳ ଖାଉଥିବା ଜଣା ପଡ଼ିଛି। ମେଡିକାଲ୍ ରିପୋର୍ଟ ଆସିବା ପରେ ସବୁ କିଛି ଜଣା ପଡ଼ିଯିବ।

   Related Posts