୭ ଜଣ ଶିଶୁଙ୍କୁ ସାଧାରଣ ଭାବେ ଜନ୍ମ ଦେଲେ୨୫ ବର୍ଷୀୟ ମହିଳା, ଡ଼ାକ୍ତରମାନେ ହେଲେ ଆଶ୍ଚର୍ଯ୍ୟ...

Published By : Prameya-News7 Bureau | September 01, 2019 IST

ଇରାକ୧|୯: ଜଣେ ନାରୀ ବିବାହ ପରେ ପରିବାରର ସମସ୍ତ ଦାୟିତ୍ବ ଭାର ମୁଣ୍ଡକୁ ନେଇଥାଏ। ଶିଶୁ ଜନ୍ମ କରିବା ସମୟରେ ମହିଳାମାନେ ବହୁତ କଷ୍ଟ ଅନୁଭବ କରିଥାନ୍ତି। ହେଲେ ତାଙ୍କ ଜୀବନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସେହି ସମୟ ହିଁ ହୋଇଥାଏ। ଜଣେ ନାରୀ ମାଆ, ଭଉଣୀ ଓ ସ୍ତ୍ରୀଭଳି ବିଭିନ୍ନ ଭୂମିକରେ ଆମ ଜୀବନରେ ଆସିଥାଆନ୍ତି। ଶିଶୁଙ୍କୁ ଜନ୍ମ ଦେବା ସମୟରେ ସେମାନେ ଜୀବନ ଓ ମୃତ୍ୟୁ ସହ ସଂର୍ଘଷ କରିଥାନ୍ତି। ଏହିଭଳି ଘଟଣା ସାମ୍ନା ଆସିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

{"id":151827}

ପୂର୍ବ ଇରାକର ଦିୟାଲି ପ୍ରାନ୍ତରେ ୨୫ ବର୍ଷୀୟ ଜଣେ ମହିଳା ଏକା ଥରକେ ୭ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହିଭଳି ଘଟଣା ଇରାକ୍‌ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ସାଧାରଣ ଭାବରେ ୬ ଜଣ କନ୍ୟା ସନ୍ତାନ ଓ ଜଣେ ଶିଶୁପୁତ୍ରକୁ ସେ ଜନ୍ମ ଦେଇଛନ୍ତି। ଏହି ଘଟଣା ଦେଖିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ଏବେ ମାଆ ଓ ୭ ଜଣ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

{"id":151829,"width":589,"height":331}

ପୂର୍ବରୁ ଆମେରିକାରେ ଏପରି ଘଟଣା ଘଟିଥିଲା ।  ମାକ୍‌କାଓଘିୟସ୍‌ ନାମକ ମହିଳା  ୭ ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ ଏଥିରେ ୩ ଜଣ ଝିଅ ଓ ୪ ଜଣ ପୁଅ ଅଛନ୍ତି । ଏହି ସମସ୍ତ ଶିଶୁ ସୁସ୍ଥ ଥିବା ବେଳେ ଏହା ସାଧାରଣ ଭାବେ ସେମାନଙ୍କର ଲାଳନ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.