ଏହି ୨୫ ବର୍ଷ ବୟସ୍କା ଅଭିନେତ୍ରୀ ଛାଡ଼ିଲେ ନିଜର କ୍ୟାରିୟର ପୁଣି କଲେ ଆତ୍ମହତ୍ୟା, ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 15, 2019 IST

ଦକ୍ଷିଣ କୋରିଆ୧୫|୧୦: ଦକ୍ଷିଣ କୋରିଆର ଜଣେ ୨୫ ବର୍ଷ ବୟସ୍କା ପପ୍‌ ଷ୍ଟାର ସୁଲି ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସୋମବାରରେ ପୋଲିସ ଘଟଣା ସଂପର୍କରେ ସୂଚନା ପାଇବା ପରେ ମୃତ ଦେହ ଉଦ୍ଧାର କରିଛି। ପ୍ରଥମେ ସୁଲିଙ୍କ ମୃତ ଦେହକୁ ପପ୍‌ ଷ୍ଟାର ମ୍ୟାନେଜର  ଦେଖିଥିଲେ। ସେ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ବ୍ୟାଣ୍ଡ ଅଫ୍‌ ର ସଦସ୍ୟ ରହିସାରିଥିବା ପପ୍ ଷ୍ଟାରଙ୍କ ପ୍ରକୃତ ନାଁ ଚୋଇ ଜିନ୍‌-ରି। ତାଙ୍କ ଇନଷ୍ଟାଗ୍ରାମରେ ୫୦ ଲକ୍ଷ ଫଲୋର୍ସ ରହିଛନ୍ତି। ଅଭିନୟ  ପାଇଁ ୨୦୧୫ ମସିହାରେ ସେ ବ୍ୟାଣ୍ଡ ଛାଡି ଦେଇଥିଲେ।

ସୂଚନାଯୋଗ୍ୟ ଯେ ସୁଲିଙ୍କ ଇନଷ୍ଟାଗ୍ରାମରୁ ମିଳିଥିବା ସୂଚନା ଅନୁସାରେ ସୁଲି ପପ୍‌ରୁ ଦୂରେଇ ରହିଥିଲେ। ଏଥସହ ପପ୍ ଷ୍ଟାର ଜୋଙ୍ଗୟୁନଙ୍କ ତାଙ୍କର ଭଲ ବନ୍ଧୁ ଥିଲେ। ତାଙ୍କ ବନ୍ଧୁ ସୁଲିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

୨୦୧୫ ମସିହାରେ ଟେଲିଭିଜନରେ ସୁଲି ଅଭିନୟ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ଫେଶନ୍‌ କିଙ୍ଗ୍‌ ଓ ୨୦୧୭ ମସିହାରେ ରିୟଲ ଫିଲ୍ମରେ ସେ ନଜର ଆସିଥିଲେ। ୨୦୧୨ ମସିହାରେ ଟେଲିଭିଜନରେ ପ୍ରସାରିତ ଟୁ ଦ ବ୍ୟୁଟିଫୁଲ୍‌ ସୋ ରେ  ସେ ଅଭିନୟ କରିଥିବା ଲାଗି ତାଙ୍କୁ ନ୍ୟୁ ଷ୍ଟାର ଆଓ୍ବାର୍ଡ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.