Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସାଙ୍ଗକୁ ପଣବନ୍ଦୀ କରି ମାଗିଲେ ୨ କୋଟି ଟଙ୍କା, ନଦେବାରୁ ହତ୍ୟାକରୀ କୋଭିଡ୍ ରୋଗୀ କହି ପୋଡିଦେଲେ

29/06/2021 at 7:22 PM

ଆଗ୍ରା ୨୯/ ୦୬ : ପ୍ରଥମେ ବନ୍ଧୁତା ପରେ ଟଙ୍କା ନେଣଦେଣ ତାପରେ ଫେରସ୍ତ ନକରିବାରୁ ବିବାଦ ଏବଂ ପରି ଶେଷରେ ଅପହରଣ କରି ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରି ବିଫଳ ହେବାପରେ ହତ୍ୟା । ଏଭଳି ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟିଛି ଆଗ୍ରାରେ । ୨୫ ବର୍ଷୀୟ ଯୁବକଙ୍କୁ ସାଙ୍ଗମାନେ ମିଶି ହତ୍ୟା କରିବା ପରେ କୋଭିଡରେ ମୃତ୍ୟୁ ହୋଇଥିବା କହି ଯୋଜନା ବଦ୍ଧ ଭାବେ ସ୍ମଶାନରେ ପୋଡିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଆଗ୍ରାର ବ୍ୟବସାୟୀ ସୁରେଶ ଚୌହାନଙ୍କ ପୁଅ ସଚିନ ଚୌହାନ ଗତ ଜୁନ ୨୧ ତାରିଖରୁ ନିଖୋଜ ଥିଲେ । ବହୁ ଖୋଜା ଖୋଜିପରେ ନମିଳିବାରୁ ଏ ନେଇ ଥାନା​‌ରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ ପରିବାର ଲୋକେ । ପରେ ପୋଲିସ ମଧ୍ୟ ବହୁ ଖୋଜାଖୋଜି ପ​‌ରେ ମଧ୍ୟ କିଛି ସୁରାକ ପାଇନଥିଲା । ଘଟଣାର ତଦନ୍ତ ପାଇଁ ଶେଷରେ ସ୍ପତନ୍ତ୍ର ଟାସ୍କ୍ ଫୋର୍ସ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ତଦନ୍ତ ବେଳେ ଚତୁରତାର ସହ ସଚିନଙ୍କୁ ହତ୍ୟା କରାଯାଇ କରୋନା ଆକ୍ରାନ୍ତଙ୍କ ଶବ ଦାହ କେନ୍ଦ୍ରରେ ତାଙ୍କୁ ପୋଡିଦିଆଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

ହତ୍ୟା ପାଇଁ କିଭଳି ହୋଇଥିଲା ଯୋଜନା ?

ସଚିନ ଚୌହାନ ଏବଂ ତାଙ୍କ ବାପାଙ୍କ ବ୍ୟବସାୟିକ ବନ୍ଧୁଙ୍କ ପୁଅ ହର୍ଷ ଚୌହାନଙ୍କ ମଧ୍ୟରେ ବନ୍ଧୁତା ଥିଲା । ଉଭୟ ଖୁବ ଭଲ ବନ୍ଧୁ ଥିଲେ । ପୋଲିସ କହିବା ମୁତାବକ ସଚିନ ଏବଂ ହର୍ଷ ଉଭୟ ଦୟାଲବାଗ ଅଞ୍ଚଳରେ ଥିବା ଅଶ୍ବାନୀ ନାମକ ଜଣେ ବ୍ୟକ୍ତିଙ୍କ ସ୍ପୋର୍ଟ୍ସ କ୍ଲବ୍‌କୁ ରୀତିମତ ଯାଉଥିଲେ । ସେଠାକୁ ଯିବା ଭିତରେ ୩ ଜଣଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ସଚିନ ଅନେକ ସମୟରେ ଅଶ୍ବାନୀଙ୍କ ଠାରୁ ଟଙ୍କା ଧାର ନେଉଥି​‌ଲେ । ପାଖାପାଖି ୪୦ ଲକ୍ଷ ଟଙ୍କା ଧାର ନେବା ପରେ ଧାର ଦେଇଥିବା ଯଙ୍କା ମାଗିଥିଲେ ଅଶ୍ବାନୀ କିନ୍ତୁ ସଚିନ ଆଦୌ ଦେଉନଥି​‌ଲେ ।

ଏହାପରେ ଅଶ୍ବାନୀ ଏବଂ ହର୍ଷ ଉଭୟ ମିଶି ସଚିନଙ୍କୁ ଅପହରଣ କରି ମୁକ୍ତି ପାଇଁ ତାଙ୍କ ବାପାଙ୍କ ଠାରୁ ୨ କୋଟି ଟଙ୍କା ଆଣିବାକୁ ଯୋଜନା କରିଥିଲେ । ଜୁନ ୨୧ ତାରିଖରେ ଅଶ୍ବାନୀ, ସଚିନଙ୍କୁ ଫୋନ କରି ଖାସପୁରର ଆୟୋଜିତ ଏକ ପାର୍ଟିକୁ ଡକାଇଥିଲେ । ସେଠାରେ ସେମାନେ ସଚିନଙ୍କୁ ହତ୍ୟା କରିବା ପରେ ମୃତ ଦେହକୁ ଗାଏବ କରିବା ପାଇଁ ଯୋଜନା କରିଥିଲେ ।

ତଦନ୍ତକାରୀ ଅଧିକାରୀ କହିଛନ୍ତି, ମୃତଦେହକୁ ପୋଡିବା ପାଇଁ ବିଭିନ୍ନ ଉପାୟ ଫେଲ ମାରିବା ପରେ ସ୍ଥାନୀୟ କମଳା ନଗରର ଏକ ମେଡିକାଲ ଷ୍ଟୋରରୁ ପିପିଇ କିଟ୍ କିଣି ମୃତଦେହକୁ ବାନ୍ଧିବା ସହିତ ନିଜେ ମଧ୍ୟ ପିନ୍ଧିଥିଲେ । ଏହାପରେ ଜାଲ୍ ନାଁ ରେ ବାଲକେଶ୍ବର ସ୍ମାଶାନ ଘାଟକୁ ନେଇ ସେଠାରେ ମୃତଦେହକୁ ପୋଡିଦେଇଥିଲେ । ତା ପର ଦିନ ଅଶ୍ବାନୀର ସମ୍ପର୍କୀୟ ହାପି ଖାନ୍ନା ଏବଂ ତାର ଜଣେ ବନ୍ଧୁ ରିଙ୍କୁ ସ୍ମଶାନରୁ ପାଉଁସକୁ ନେଇ ଯମୁନା ନଦୀରେ ଭସାଇଦେଇଥିଲେ ।  

କେମିତି ସୁରାକ୍ ପାଇଲା ପୋଲିସ ?

ଏସ୍‌ଟିଏଫ୍‌ ଅଧିକାରୀ ଉଦୟ ପ୍ରତାପ ସିଂହ କହିଛନ୍ତି, ହତ୍ୟା କରିବା ପରେ ମୃତଦେହକୁ ସ୍ମଶାନ ଘାଟକୁ ନେଇ ସେଠାରେ ପୋଡିଥିଲେ। କିନ୍ତୁ ନିୟମ ଅନୁଯାୟୀ ସେଠାରୁ ଅସ୍ତି ଆଣିବା ପାଇଁ ପରିବାରର କୌଣସି ଜଣଙ୍କର ଯୋଗାଯୋଗ ନମ୍ବର ଦେବାକୁ ପଡିଥାଏ । ଅଭିଯୁକ୍ତମାନେ ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ଦେଇଦେଇଥିଲେ । ଯାହାକି ଅଭିଯୁକ୍ତମାନଙ୍କ ନିକଟ​‌ରେ ପହଞ୍ଚିବା ପାଇଁ ପୋଲିସକୁ ଖୋରାକ ଯୋଗାଇଥିଲା । ହତ୍ୟା ପ​‌ରେ ପୋଲିସକୁ ଚକ୍‌ମା ଦେବା ପାଇଁ ହାପିର ଆଉ ଜଣେ ସାଙ୍ଗ ମନୋଜ ବଂଶଲ, ସଚିନଙ୍କ ମୋବାଇଲକୁ କାନପୁର ନେଇଯାଇଥିଲା । ସେଠାରେ ସେ ସଚିନଙ୍କ ବାପାଙ୍କୁ ଫୋନ କରି ମୁକ୍ତି ପାଇଁ ୨ କୋଟି ଟଙ୍କା ଦାବି କରିବାର ଥିଲା କିନ୍ତୁ ସେ ତାହା କରିବା ପାଇଁ ସାହସ ଜୁଟାଇପାରିନଥିଲା । ପରେ ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସଚିନଙ୍କୁ ହତ୍ୟା ମାମଲାରେ, ମୁଖ୍ୟ ଅଭିଯୁକ୍ତ ଅଶ୍ବାନୀ, ହାପି ଖାନ୍ନା, ମନୋଜ ବଂଶଲ, ରିଙ୍କୁ ଏବଂ ହର୍ଷ ଚୌହାନକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts