ପୁଣି କୋଭିଡ-୧୯ କବଳରେ ଖବରଦାତା: ତାମିଲ ଚ୍ୟାନେଲର ୨୫ କର୍ମଚାରୀ କରୋନା ସଂକ୍ରମିତ

Published By : Prameya-News7 Bureau | April 21, 2020 IST

ଚେନ୍ନାଇ, ୨୧|୦୪:  ଦେଶରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଦେଶର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ମୁକାବିଲା କରୁଥିବା ଯୋଦ୍ଧାମାନେ ମଧ୍ୟ କୋଭିଡ-୧୯ରେ ସଂକ୍ରମିତ ହେଉଛନ୍ତି । ସେହିପରି ମୁମ୍ବାଇ ପରେ ଚେନ୍ନାଇର ଏକ ନ୍ୟୁଜ ଚ୍ୟାନେଲର ୨୫ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ତାମିଲ ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟରତ୨୫ ଲୋକ କରୋନା ପଜିଟିବ୍ ଥିବା ସୂଚନା ମିଳିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ସାମ୍ବାଦିକ, କ୍ୟାମେରାମ୍ୟାନ ଓ ଅନ୍ୟ ଲୋକମାନେ ସାମିଲ ଅଛନ୍ତି ।

{"id":257783,"width":750,"height":563,"sizeSlug":"large"}

ସୂଚନାଯୋଗ୍ୟ, ଏହି ଚ୍ୟାନେଲରେ ମୋଟ ୮୪ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏଥିପାଇଁ ଚ୍ୟାନେଲକୁ ନିଜ ଲାଇଭ ପ୍ରୋଗ୍ରାମ ବନ୍ଦ କରିବାକୁ ପଡିଥିଲା ।ପଜିଟିଭ୍ ମାମଲା ଆସିବା ପରେ ଅନ୍ୟ ସମସ୍ତଙ୍କୁ କ୍ୱାରେଣ୍ଟାଇନ କରାଯାଇଛି ।

ପୂର୍ବରୁ ମୁମ୍ବାଇରେ ୫୩ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇଥିବା ଜଣାପଡି ଥିଲା । ଏହି ଖବର ଆସିବା ଚାରିଆଡେ ଆଲୋଡନ ଖେଳିଯାଇଥିଲା । ମୁମ୍ବାଇରେ ୧୭୦ରୁ ଅଧିକ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.