ଓଡିଶାରେ ଜନ୍ମ ହେଉଥିବା ଶିଶୁର ମୁଣ୍ଡରେ ୨୫ହଜାର ଟଙ୍କାର ଋଣ, ବିରୋଧୀ କହିଲେ ସରକାର ନିଜେ ଖଣି ଚଲାଇଲେ ବଢିବ ନିଜସ୍ବ ଆୟ

Published By : Prameya-News7 Bureau | June 29, 2019 IST

ଭୁବନେଶ୍ବର ୨୯|୬: ରାଜ୍ୟର ଋଣଭାର ବଢ଼ିବାରେ ଲାଗିଛି । ଏମିତିକି ଏବେ ଜନ୍ମ ହେବା ଶିଶୁ ମଧ୍ୟ ୨୫ହଜାର ଟଙ୍କାର ଋଣ ବୋଝ ମୁଣ୍ଡାଇଛି । ୨୦୧୯-୨୦ ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ଦେଖିଲେ ରାଜ୍ୟର ଋଣ ୧ଲକ୍ଷ ୬ହଜାର କୋଟି ଛୁଇଁବ । ବିତ୍ତୀୟ ପରିଚାଳନା ସୀମା ଭିତରେ ଅଛି ବୋଲି ସରକାର ସଫେଇ ଦେଉଥିବା ବେଳେ ବିରୋଧୀ କିନ୍ତୁ ମାନିବାକୁ ନାରାଜ୍‌ । ସରକାର ଆୟ ନବଢ଼ାଇ ଋଣ ବଢ଼ାଇ ଚାଲିଥିବାରୁ ବିକାଶ କେମିତି ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି  ବିରୋଧୀ । ସେପଟେ କାଳିଆ ପାଇଁ ବ୍ୟୟ ବରାଦ ପରିମାଣକୁ ନେଇ ମଧ୍ୟ ଉପୁଜିଲାଣି ଦ୍ବନ୍ଦ୍ବ । କାହିଁକି ଚାଲନ୍ତୁ ଦେଖିବା । ….

{"id":128674}

୨୦୧୯-୨୦ ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ଦେଖିଲେ ରାଜ୍ୟର ଋଣ ୧ଲକ୍ଷ ୬ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ଏମିତିରେ ଏବେ ଜନ୍ମ ହେଲା ଶିଶୁ ମୁଣ୍ଡରେ ବି ୨୫ହଜାର ଟଙ୍କାର ଋଣ ବୋଝ ରହିବ ।  ସରକାର ଆୟ ନବଢ଼ାଇ ଋଣ ବଢ଼ାଇ ଚାଲିଥିବାରୁ ବିକାଶ କେମିତି ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି  ବିରୋଧୀ । ହେଲେ ସରକାରଙ୍କ କହିବା କଥା ରାଜ୍ୟ ନିଜସ୍ବ ଆୟ ୪୫ହଜାର ୫ଶହ କୋଟି ଟଙ୍କା । କେନ୍ଦ୍ରୀୟ ଅଂଶ ହେଉଛି ୬୯ହଜାର ୭୬୬କୋଟି ଟଙ୍କା । ସରକାର ଏଥର ୨୩ହଜାର ୭୩୪କୋଟି ଟଙ୍କା ଋଣ କରିବେ ।

{"id":128676}

ଏମିତିରେ ପ୍ରଶ୍ନ ଉଠୁଛି କାହିଁକି ଓଡ଼ିଶାର ନିଜସ୍ବ ଆୟ ବଢ଼ୁନି । କାହିଁକି ଖୋଲାବଜାରରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି ସରକାର । ବିରୋଧୀଙ୍କ ପରାମର୍ଶ, ଯଦି ସରକାର ବେସରକାରୀ କମ୍ପାନୀଙ୍କୁ ଖଣି ନଦେଇ ନିଜ ହାତରେ ଚଲାନ୍ତେ ତାହେଲେ ଋଣ କରିବାକୁ ପଡ଼ନ୍ତା ନାହିଁ । ସଞ୍ଜୀବ ହୋତା କମିଟି ସୁପାରିଶ ଅନୁଯାୟୀ ସରକାର ଖଣିଗୁଡ଼ିକୁ ନିଜ ହାତରେ ରଖିଲେ ସେଥିରୁ ୫୦ହଜାର କୋଟି ଟଙ୍କା ଆୟ ହୋଇପାରନ୍ତା । ଖଣିଥିବା ଜମି ଉପରେ ଟିକସ ଲଗାଇଲେ ମଧ୍ୟ ଅଧିକ ୨୦ହଜାର କୋଟି ଟଙ୍କା ରାଜସ୍ବ ମିଳିପାରନ୍ତା । ଅର୍ଥାତ କେବଳ ଖଣିରୁ ବର୍ଷକୁ ୭୦ହଜାର କୋଟି ଟଙ୍କା ପାଇପାରନ୍ତେ ସରକାର ।

{"id":128677}

ସେପଟେ ସରକାରଙ୍କ ଯୁକ୍ତି ହେଲା,  ଚଳିତ ବର୍ଷ ୨୩ହଜାର ୭୩୪କୋଟି ଟଙ୍କାର ଋଣ ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ ନାହିଁ । କାରଣ ରାଜ୍ୟ ସରକାର ଋଣ ପରିଶୋଧରେ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି । ଏହା ସହିତ ସମସ୍ତ ଋଣ ଅର୍ଥକୁ ଭି୍ତ୍ତିଭୂମି କ୍ଷେତ୍ରରେ ବିନିଯୋଗ କରାଯାଉଛି । ତେଣୁ ଆର୍ଥିକ ବିକାଶରେ ଏହା ବାଧକ ସାଜିବନି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

{"id":128678}

ଏଠି ଆମେ ଯଦି ଦେଖିବା ତାହେଲେ, ୨୦୦୦ ମସିହା ପୂର୍ବରୁ କଂଗ୍ରେସ ସରକାର ଅମଳରେ ରାଜ୍ୟ ମୁଣ୍ଡରେ ମାତ୍ର ୧୮ହଜାର କୋଟି ଟଙ୍କାର ଋଣଭାର ଥିଲା । ସେତେବେଳ ଓଡିଶା ବିକ୍ରି ହୋଇଗଲା ବୋଲି ଚିତ୍କାର କରୁଥିଲେ ବିଜେଡି ନେତାଏ । ହେଲେ ଏବେ ବିଜେଡି ଶାସନର ୧୯ବର୍ଷରେ ରାଜ୍ୟ ଋଣଭାର ୬ଗୁଣ ବଢ଼ିଲାଣି । ସେପଟେ କାଳିଆ ଯୋଜନାରେ ବ୍ୟୟ ବରାଦକୁ ନେଇ ମଧ୍ୟ ଦେଖାଦେଲାଣି ଦ୍ବନ୍ଦ୍ବ ।

{"id":128680}

ଏଥିପାଇଁ ବରାଦ ହୋଇଥିବା ୫ହଜାର ୬ଶହ କୋଟି ଟଙ୍କା ୭୫ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିକୁ ମଧ୍ୟ ନିଅଣ୍ଟ  । ତେଣୁ ଆଗକୁ ଯୋଜନା କିଭଳି ଚାଲିବ ତାକୁ ନେଇ ମଧ୍ୟ ସଂଦେହ କରିଛନ୍ତି ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.