ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍

Published By : Prameya-News7 Bureau | February 27, 2021 IST

ସମ୍ବଲପୁର ୨୭।୨: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୬ ଜଣ ଅନ୍ୟ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ ହୋଇଛି ।

ଶୁକ୍ରବାର ଦିନ ଭିସୁଟ୍ ହଷ୍ଟେଲରେ ରହୁଥିବା ୩ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଭିସୁଟ୍‌ର ପୁଲହ ଓ ପୁଲସ୍ଥ୍ୟ ହଷ୍ଟେଲରେ ୩ ଜଣ ଛାତ୍ର କୋଭିଡ୍-୧୯ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ହଷ୍ଟେଲର ରୁମ୍‌ ନଂ- ୨୧୪,୨୧୭ ଓ ୨୧୮କୁ ସିଲ୍‌ କରିଦିଆଯାଇଥିଲା । ତେବେ ସମ୍ପୃକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ୭୨ ଘଣ୍ଟା ପାଇଁ ଆଇସୋଲେସନ୍‌ରେ ରହିବାକୁ ନୋଟିସ ଜାରି କରିଥିଲେ ହଷ୍ଟେଲ ଓ୍ବାଡେନ୍‌ ।

ସମ୍ବେଦନଶୀଳ ଘଟଣା ହେଉଛି ବର୍ତ୍ତମାନ ଭିସୁଟ୍‌ରେ ଅଫ୍‌ଲାଇନ୍‌ ପରୀକ୍ଷା ଜାରି ରହିଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପରିସରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.