Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

୨୫ ରେ ୨୫ ପଏଣ୍ଟ: ଆଗାମୀ ଦିନ ପାଇଁ ଏବେଠୁ ସତର୍କ

25/04/2020 at 5:24 PM

ଭୁବନେଶ୍ବର୨୫/୪: ୧- ରାଜ୍ୟକୁ ୫ଲକ୍ଷ ପ୍ରବାସୀ ଓଡିଆ ସୁରକ୍ଷିତ ଫେରିବେ।

୨- ପ୍ରବାସୀ ଓଡିଆଙ୍କ ବ୍ୟଗ୍ରତା ନେଇ ସରକାର ସମ୍ବେଦନଶୀଳ

୩- ଲକଡାଉନ ପରେ ଓଡିଶା ଫେରିବା ଲାଗି ପଞ୍ଜୀକରଣ ବାଧ୍ୟତାମୂଳକ

୪- ରାଜ୍ୟ ସରକାରଙ୍କ ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିହେବ

୫- ସବୁ ପଞ୍ଚାୟତରେ ନୋଡାଲ ଅଫିସର ନିଯୁକ୍ତ

୬- ଗତକାଲିଠାରୁ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି

୭- ଓଡିଶା ଫେରିବା ପରେ ୧୪ଦିନ କ୍ବାରେଣ୍ଟାଇନରେ ରହିବେ

୮- କ୍ବାରେଣ୍ଟାଇନ ପରେ ପରୀକ୍ଷା ହେବ, ତାପରେ ଘରକୁ ଫେରି ପାରିବେ

୯- ପଞ୍ଜୀକରଣ ପାଇଁ ଆଧାର ନମ୍ବର , ମୋବାଇଲ ନମ୍ବର ବାଧ୍ୟତାମୂଳକ

୧୦- ଅନ୍ୟ କେହି ପଞ୍ଜୀକରଣ କଲେ ସେ ତାଙ୍କ ମୋବାଇଲ ନମ୍ବର ଦେବେ

୧୧- ପୋର୍ଟାଲ ମାଧ୍ୟମରେ ସମସ୍ତେ ପଞ୍ଜୀକରଣ କରିପାରିବେ

୧୨- ଆପଣ କରିପାରିବେ, ଆପଣଙ୍କ ପାଇଁ ଅନ୍ୟ କେହି କରି ପାରିବେ

୧୩- ପଞ୍ଚାୟତ ନୋଡାଲ ଅଫିସର ମଧ୍ୟ ପଞ୍ଜୀକରଣ କରିପାରିବେ

୧୪- ଫର୍ମ ପୂରଣ କରି ପଞ୍ଚାୟତ ନୋଡାଲ ଅଫିସରଙ୍କୁ ଦେଲେ ପଞ୍ଜୀକରଣ ହୋଇଯିବ

୧୫- ମୋବାଇଲ ବା ଲାପଟପରେ ବିବରଣୀ ଦେଇ ପଞ୍ଜୀକରଣ କରିପାରିବେ

୧୬- ଆପଣଙ୍କ ପାଇଁ ଆଉ କିଏ ପଞ୍ଜୀକରଣ କରୁଥିଲେ ଲୋକାଲ କଣ୍ଟାକ୍ଟ ତଥ୍ୟ ଦିଅନ୍ତୁ

୧୭- ଓଡିଶାର କେଉଁଠିକୁ ଯିବେ ସେନେଇ ଆପଣ ତଥ୍ୟ ଦେବେ

୧୮- ଓଡିଶାରେ କିଏ ସଂପର୍କୀୟ ଅଛନ୍ତ ତାଙ୍କ ନାଁ ମୋବାଇଲ ନମ୍ବର ଦେବେ

୧୯- ଅତିଥି ଶ୍ରମଜୀବୀ ରାଜ୍ୟ ମଧ୍ୟରେ ଯାତାୟତ କରିପାରିବେ

୨୦- ଜିଲ୍ଲା ପ୍ରଶାସନ ସେମାନଙ୍କ ଲାଗି ପାସ୍ ସୁବିଧା କରିବେ

୨୧- ଅତିଥି ଶ୍ରମଜୀବୀ କ୍ବାରେଣ୍ଟାଇନ ଶେଷ କରିଥିବାରୁ ଅସୁବିଧା ନାହିଁ

୨୨- ଶ୍ରମଜୀବୀ ପହଞ୍ଚୁଥିବା ସ୍ଥାନରେ ଆଉ କ୍ବାରେଣ୍ଟାଇନରେ ରହିବେନି

୨୩- ଓଡିଶାରେ ୨୦,୫୯୯ଟି ନମୁନା ପରୀକ୍ଷା ହୋଇଛି

୨୪- ରାଜ୍ୟରେ ୯୪ ଜଣ କରୋନା ଆକ୍ରାନ୍ତ

୨୫- କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ୩୩ ଜଣ

   Related Posts