Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଫେସବୁକ୍‌ରେ ବନ୍ଧୁତା, ତା ପରେ ଯୁବତୀଙ୍କୁ ଦେଖା କରିବାକୁ ଡକାଇଲା ପ୍ରେମିକ, ପୁଣି ରାତି ସାରା ଗଣଦୁଷ୍କର୍ମ କଲେ ୨୫ ଜଣ ଯୁବକ

13/05/2021 at 9:04 PM

ପଲବଲ ୧୩।୦୫: ହରିୟାଣାର ପଲବଲ ଜିଲ୍ଲାରୁ ଆସିଛି ହୃଦୟ ବିଦାରକ ଘଟଣା। ଦେଶର ରାଜଧାନୀ ଦିଲ୍ଲୀରୁ ମାତ୍ର ୭୦ କିଲୋମିଟର ଦୂର ସ୍ଥିତ ପଲବଲରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଜଣେ କି ଦୁଇ ଜଣ କି ପାଞ୍ଚ ଜଣ ନୁହେଁ ଏକା ସଙ୍ଗେ ୨୫ ଜଣ ଯୁବକ ଯୁବତୀଙ୍କୁ ସାମୂହିକ ଦୁଷ୍କର୍ମ କରିଛନ୍ତି। ଫେସବୁକ୍‌ରେ ବନ୍ଧୁତା କରି ଯୁବକ ପ୍ରେମିକାକୁ ବିବାହ ପ୍ରତିଶ୍ରୁତି ଦେଇ ହୋଡଲ ଡକାଇଥିଲା। ପରେ ଅପହରଣ କରି ରାମଗଢ ସ୍ଥିତ ଜଙ୍ଗଲକୁ ଟେକି ନେଇ ଯୁବତୀଙ୍କୁ ରାତିସାରା ଗଣଦୁଷ୍କର୍ମ କରିଥିଲେ ୨୫ ଜଣ।

ସକାଳ ହେବା ପରେ ଜଣେ ଜଣେ କବାଡିବାଲାଙ୍କଠାରେ ଯୁବତୀଙ୍କୁ ଛାଡି ଦେଇ ପଳାଇଥିଲେ। ଏଠାରେ ପୁଣି ଥରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଯୁବତୀଙ୍କ ଅବସ୍ଥା ବିଗିଡିବାରୁ ଅଚେତ୍ ଅବସ୍ଥାରେ ଅଭିଯୁକ୍ତମାନେ ବଦରପୁର ସୀମାରେ ଛାଡି ଫେରାର ହୋଇଥିଲେ। ଏହି ଚାଞ୍ଚଲ୍ୟକର ଘଟଣାରେ ପୋଲିସ ୨୫ ଜଣଙ୍କ ବିରୋଧରେ ଅପହରଣ ଓ ଗଣଦୁଷ୍କର୍ମ ଅପରାଧରେ ମାମଲା ରୁଜୁ କରିଛି। ଘଟଣା ମେ ୩ର ବୋଲି ଜଣା ପଡିଛି।

ବିବାହ କରିବା ବାହାନାରେ ଡକାଇଥିଲା ଯୁବତୀଙ୍କୁ

ପୋଲିସ ତଦନ୍ତ ଅଧିକାରୀ ଏଏସଆଇ ରଚନା କହିଛନ୍ତି, ଯୁବତୀଙ୍କ ପୁରୁଷ ବନ୍ଧୁ ରାମଗଢ ନିବାସୀ ସାଗର ମେ ୩ରେ ବିବାହ କରିବା ପୂର୍ବରୁ ନିଜ ପରିବାର ଲୋକଙ୍କ ସହ ଭେଟ କରାଇବା ପାଇଁ ଯୁବତୀଙ୍କୁ ହୋଡଲ ଡକାଇଥିଲା। ଅଭିଯୁକ୍ତ ସାଗର ହୋଡଲରୁ ନିଜ ଘରକୁ ନନେଇ ଯୁବତୀଙ୍କୁ ରାମଗଢ ଗାଁ ନିକଟ ଜଙ୍ଗଲକୁ ନେଇ ଯାଇଥିଲା। ଏଠାକୁ ନିଜ ଭାଇ ସମୁନ୍ଦ୍ର ଓ ୨୦-୨୨ ଯୁବକଙ୍କୁ ଡକାଇ ଦେଇଥିଲା।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଯୁବକ ମୋତେ ବଳପୂର୍ବକ ଜଙ୍ଗଲକୁ ନେଇ ଯାଇଥିଲା। ସମସ୍ତେ ରାତିସାରା ମୋ ସହ ଗଣଦୁଷ୍କର୍ମ କରିଥିଲେ। ସକାଳ ହେବା ପରେ ଗାଁ ନିକଟ ଆଉ ଜଣେ ସାଙ୍ଗ ଆକାଶ ନିକଟକୁ ନେଇ ଯାଇଥିଲେ। ସେଠାରେ ଆକାଶ ଓ ତାର ସାଙ୍ଗମାନେ ପୁଣି ଥରେ ଗଣଦୁଷ୍କର୍ମ କରିଥିଲେ। ଏତେ ସବୁ ପରେ ଯୁବତୀ ଚାଲିବା ସ୍ଥିତିରେ ନଥିଲେ। ଏହା ପରେ ସାଗର ଓ ତାର ସାଙ୍ଗ ଗାଡିରେ ନେଇ ବଦରପୁର ବର୍ଡରରେ ଛାଡି ଫେରାର  ହୋଇ ଯାଇଥିଲେ।

ଯୁବତୀ ଅଭିଯୋଗ କରିଛନ୍ତି ଯେ, ସେହି ଦିନଠୁ ସେ ଖଟିଆରେ ପଡିଥିଲେ ଏବଂ ଉଠିବା ଅବସ୍ଥାରେ ନଥିଲେ। ଯେବେ ସେ ଚାଲିବା ଅବସ୍ଥାକୁ ଆସିଲେ ମେ ୧୨ରେ ହସନପୁର ଥାନାରେ ଏଫଆଇଆର ରୁଜୁ କରିଥିଲେ। ହସନପୁର ପୋଲିସ ମେ ୧୨ରେ ବିଳମ୍ବିତ ରାତ୍ରିରେ ଯୁବତୀଙ୍କ ଅଭିଯୋଗକ୍ରମେ ସାଗର, ସମୁନ୍ଦ୍ର ଓ ଆକାଶ ସହିତ ୨୨ ଜଣ ଯୁବକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

   Related Posts