ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ପଡିଲା ମହଙ୍ଗା, ଏପର୍ଯ୍ୟନ୍ତ ୨୫ ଜଣ ଗିରଫ

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭।୫: ଦିଲ୍ଲୀ ପୋଲିସ କୋଭିଡ୍-୧୯ ବିରୋଧରେ ଟିକାକରଣ ଅଭିଯାନ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ପୋଷ୍ଟର ଲଗାଇବା ମାମଲାରେ ଏପର୍ଯ୍ୟନ୍ତ ୨୫ଟି ଏଫଆଇଆର ରୁଜୁ କରିବା ସହ ୨୫ ଜଣଙ୍କୁ ଗିରଫ କରିଛି । ଏହି ପୋଷ୍ଟରଗୁଡିକ ସହରର ଅନେକ ସ୍ଥାନରେ ଲଗାଯାଇଥିଲା । ଏଥିରେ ଲେଖାଥିଲା ଯେ ମୋଦି ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ ?

ପୋଲିସ କହିଛି ଯେ, ପୋଷ୍ଟର ବିଷୟରେ ସୂଚନା ମିଳିବା ପରେ ​​ଯାହା ପରେ ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ କରାଯାଇଥିଲା । ଅଭିଯୋଗ ଆଧାରରେ, ଦିଲ୍ଲୀ ପୋଲିସ ସରକାରୀ କର୍ମଚାରୀଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶକୁ ଅବମାନନା କରିବା ସହିତ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୮୮ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ୨୫ଟି ଏଫଆଇଆର ପଞ୍ଜିକରଣ କରିଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏ ବାବଦରେ ଅଧିକ ଅଭିଯୋଗ ଆସିଲେ ଏଫଆଇଆର ଦାଖଲ କରାଯାଇପାରିବ । ବର୍ତ୍ତମାନ ଏହା ଯାଞ୍ଚ କରାଯାଉଛି ଯେ, ଏହି ପୋଷ୍ଟରଗୁଡିକ କାହା କହିବା ଅନୁସାରେ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟରଗୁଡିକ ଲଗାଯାଇଛି । ଏହା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.