ପାଖରେ୨୫ପଇସାର ଏହି କଏନ ଅଛି କି? ତା’ହେଲେ ଆପଣ ହେବେ ଲକ୍ଷପତି
6/02/2019 at 4:34 PM

ପାଖରେ ଜଦି ଗଣ୍ଡା ଚିତ୍ର ଥିବା୨୫ ପଇସାର କଏନ ଅଛି ତାହେଲେ ଆପଣ ଲକ୍ଷପତି ହୋଇପାରନ୍ତି। କଥାଟି ଅନେକ ଜଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ । ଗେଣ୍ଡା ଚିତ୍ର ଥିବା ୨୫ ପଇସାର ଏହି କଏନର ମୂଲ୍ୟ ୩ ଲକ୍ଷ ଟଙ୍କାରୁ କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ତେବେ କାହା ପାଖରେ ଏହି କଏନ ଥିଲେ ଅନଲାଇନ ଶପ୍ରେ ଏହା ବିକି ପାରିବେ।

୨୫ ପଇସା ଗେଣ୍ଡା କଏନର ଇତିହାସ:
ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା, ଦଶ ପଇସା, ୨୦ ପଇସାର ମୂଲ୍ୟ ଆଜି ଦିନରେ କିଛି ନୁହଁ। କିନ୍ତୁ କିଛ୍ ବର୍ଷ ପୂର୍ବରୁ ଚାରଣି ବା ୨୫ ପଇସାର ମୂଲ୍ୟ ବହୁତ ଅଧିକ ଥିଲା। ୧୯୧୯, ୧୯୨୦ ଏବଂ ୧୯୨୧ ମସିହାରେ ଚାରଣି ମୂଦ୍ରା ତିଆରି କରାଯାଇଥିଲା। ଏହା ନିକଲ ଧାତୁରେ ତିଆରି ହୋଇଥିଲା, କିନ୍ତୁ ଏହା ଲୋକଙ୍କୁ ପସନ୍ଦ ଆସିନଥିଲା।

ଇତିହାସରେ ଏହା ପ୍ରଥମ ମୂଦ୍ରା ଥିଲା ଯାହାର ଆକାର ଗୋଲ ନଥିଲା। ମେସିନ୍ରେ ତିଆରି ହୋଇଥିବା ଚାରଣି ୧୮୩୫ ମସିହାରେ ବ୍ୟବହାର ହେବା ଆରମ୍ଭ ହୋଇଥିଲା। ଏହାକୁ ଇଷ୍ଟ ଇଂଡିଆ କମ୍ପାନୀର ୱିଲିୟମ ଚତୁର୍ଥଙ୍କ ନାଁରେ ଜାରି କରାଯାଇଥିଲା। ପ୍ରଥମେ ଏହା ଚାନ୍ଦିର ଥିଲା।
