ଚିନ୍ତା ବଢାଇଲାଣି କୋଭିଡ-୧୯ : ଚିହ୍ନଟ ୨୫ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୨ ଲୋକାଲ୍ କେସ୍
27/07/2020 at 11:26 AM

ଭଦ୍ରକ ୨୭।୦୭: ଭଦ୍ରକ ଜିଲ୍ଲାରେ ବଢିଚାଲିଛି କରୋ ସଂକ୍ରମିତଙ୍କ ସଂଖ୍ୟା । ଆଜି ଜିଲ୍ଲାରୁ ନୂଆ ୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨୨ଟି ଲୋକାଲ କେସ ରହିଥିବା ବେଳେ ଅନ୍ୟ ୩ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬୬୪୪ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୫୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୩୯୯ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ୨ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ୧୪୬ଟି ଆକ୍ଟିଭ୍ କେସ୍ ରହିଛନ୍ତି ।
ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ୍ରୁ ରହିଛନ୍ତି । ଯଥାକ୍ରମେ ବନ୍ତ ବ୍ଲକ ଓଡ଼ଙ୍ଗ ହାଇସ୍କୁଲରୁ ୨ଜଣ, ଭଦ୍ରକ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରୁ ଜଣେ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ଲୋକାଲ କେସ୍ ମଧ୍ୟରୁ ଭଦ୍ରକ ପୌରପାଳିକା ସାବନବଜାର ୱାର୍ଡ ନମ୍ବର ୧୧ରୁ ୨ ଜଣ । ୯ ନମ୍ବର ୱାର୍ଡ ଚାରିଘରିଆରୁ ୯ ଜଣ , ୱାର୍ଡ ନମ୍ବର ୩ ରେଲୱେ କଲୋନୀରୁ ୨ଜଣ , ୱାର୍ଡ ନମ୍ବର ୬ ମଠସାହିରୁ ଜଣେ , ୱାର୍ଡ ନମ୍ବର ୨ ରାଢ଼ୀସାହିରୁ ଜଣେ, ଭଦ୍ରକ ବ୍ଲକ ସଦନନ୍ଦପୁରରୁ ଜଣେ, ବନ୍ତ ବ୍ଲକ କଟିନାରୁ ଜଣେ, ରଘୁନାଥପୁରରୁ ଜଣେ, ବାଲେଶ୍ୱର ସିମୁଳିଆରୁ ଜଣେ, କୂଅଗଢିଆ ସିମୁଳିଆରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ସରସଦାରୁ ଜଣେ , ନପଙ୍ଗରୁ ଜଣେ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ କରୋନା ଯୋଦ୍ଧା ରହିଛନ୍ତି । ଦୁଇ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ରହିଛନ୍ତି । ଏନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।