Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭାରତୀୟ ସେନା ପାଇଁ କିଣାଯିବ୨୫ ଟି ଲଢୁଆ ବିମାନ: ୧୩ ହଜାର କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

30/09/2021 at 5:42 PM

ନୂଆଦିଲ୍ଲୀ ୩୦/୦୯ : ଗତ ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଭାରତର ସୁରକ୍ଷାକୁ ଅଧୀକ ସୁଦୃଢ଼ କରିବା ଓ ଅଧୀକ ଉନ୍ନତ କରିବା ପାଇଁ ରକ୍ଷା ଅଧୀଗ୍ରହଣ ପରିଷଦ (DAC) ଅଧୀନରେ ଏକ ବୈଠକ ହୋଇଛି। ଏଥିରେ ସେନାର ଆଧୁନିକୀକରଣ, କାର୍ଯ୍ୟକ୍ଷମ ଆବଶ୍ୟକତା ପାଇଁ ୧୩,୧୬୫ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ପ୍ରାଥମିକ ଅନୁମୋଦନ ଦିଆଯାଇଛି। ଏଥିରୁ ୮୭ ଶତକଡ଼ା ବା ୧୧,୪୮୬ କୋଟି ଟଙ୍କାର ସାମଗ୍ରୀ ସ୍ଥାନୀୟ ଉତ୍ସରୁ କିଣାଯିବ। ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଯେଉଁ ସୈନ୍ୟ ଉପକରଣ କିଣିବା ପାଇଁ ଅନୁମତି ଅଛି ସେଥିରେ ୨୫ଟି ଅତ୍ୟାଧୁନିକ ହାଲୁକା ହେଲିକ୍ୟାପ୍ଟର (ଏଚଏଏଲ) ଓ ରକେଟ୍ ପାଇଁ ଗୋଳାବାରୁଦ ବି ସାମିଲ ଅଛି।

ଭାରତରେ ପ୍ରତିରକ୍ଷା ବିମାନ ନିର୍ମାଣ ପ୍ରସିଦ୍ଧ ଅନୁଷ୍ଠାନ ଏଚଏଏଲ ଦ୍ୱାରା ବାଇ ଇଣ୍ଡିଆନ ଶ୍ରେଣୀରେ କରାଯିବ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ବୟାନ ଜାରି କରି କୁହାଯାଇଛି ରକେଟ୍ ଗୁଡ଼ିକ ପାଇଁ ୪,୯୬୨ କୋଟି ଟଙ୍କାର ଗୋଳାବାରୁଦ ଘରୋଇ ସଂସ୍ଥାରୁ କିଣିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ କହିଛି ହେଲିକ୍ୟାପଟର କିଣିବା ପାଇଁ ୩,୮୫୦ କୋଟି ଟଙ୍କା ଆକଳନ କରାଯାଇଛି। ସେହିପରି ରକେଟ୍ ର ଗୋଳାବାରୁଦ କିଣିବା ପାଇଁ ୪,୯୬୨ କୋଟି ଟଙ୍କା ଖର୍ଚ ହେବ।

ମନ୍ତ୍ରଣାଳୟ କହିଛି ଯେ ଡିଏସି ଭାରତୀୟ ଶଶାସ୍ତ୍ରବଳଙ୍କ ଅଭିଯାନ ସମ୍ବନ୍ଧୀୟ ଆବଶ୍ୟକତା ଓ  ଆଧୁନିକୀକରଣ ପାଇଁ ପ୍ରାୟ ୧୩,୧୬୫ କୋଟି ଟଙ୍କାର ପୁଞ୍ଜି କ୍ରୟ ପ୍ରସ୍ତାବ ଉପରେ ବାଧ୍ୟତା ମୂଳକ ଅନୁମୋଦନ ଦିଆଯାଇଛି। ମୋଟ ମଞ୍ଜୁରି ହୋଇଥିବା ୧୧,୪୮୬ କୋଟି ଟଙ୍କାରୁ ୮୭ପ୍ରତିଶତ ପ୍ରତିରକ୍ଷା ସାମଗ୍ରୀ ଘରୋଇ ଉତ୍ସରୁ କିଣାଯିବ। ମନ୍ତ୍ରଣାଳୟ ଆହୁରି କହିଛି ଯେ ଡିଏସି ଏହା ସହିତ ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା ୨୦୨୦ ର ସଂଶୋଧନକୁ ମଧ୍ୟ ଅନୁମତି ଦେଇଛି।

   Related Posts