Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବିଜେପି ବିଧାୟକଙ୍କୁ ଫୋନରେ ଧମକ, ୨୫ ଲକ୍ଷ ଟଙ୍କା ଦିଅ, ନଚେତ୍ ପୂରା ପରିବାରକୁ ହତ୍ୟା କରି ଦେବି

23/11/2020 at 4:25 PM

ପାଟନା ୨୩।୧୧: ବିଜେପି ବିଧାୟକଙ୍କୁ ଫୋନ୍‌ କରି ୨୫ ଲକ୍ଷ ଟଙ୍କା ଦାବି କରାଯିବା ସହ ଟଙ୍କା ନଦେଲେ ପୂରା ପରିବାରକୁ ହତ୍ୟା କରିବାକୁ ଧମକ ମିଳିଛି। ଏହି ଘଟଣା ବିହାରର  ନରକଟିଆଗଞ୍ଜ ଅଞ୍ଚଳର। ନରକଟିଆଗଞ୍ଜର ବିଜେପି ବିଧାୟକ ରଶ୍ମୀ ବର୍ମାଙ୍କୁ କେହି ଅଜଣା ବ୍ୟକ୍ତି ଫୋନ କରି ୨୫ ଲକ୍ଷ ଟଙ୍କା ଦାବି କରିଛି। ଟଙ୍କା ନଦେଲେ ପୂରା ପରିବାରକୁ ହତ୍ୟା କରିବ ବୋଲି ଧମକ ଦେଇଛି। ଏହି ଘଟଣା ନଭେମ୍ଵର ୨୨ରେ ଘଟିଛି।

ବିଧାୟକ ରଶ୍ମୀ ବର୍ମାଙ୍କ ମ୍ୟାନେଜର ମଥୁରା ସିଂହ ଅଜଣା  ବ୍ୟକ୍ତିଙ୍କ  ବିରୋଧରେ ଶିଖରପୁର ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ତୁରନ୍ତ ଏଫଆଇଆର ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରି କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାମ ମୁନ୍ନା ଖାନ। ସେ ମହେଶ୍ଵର ଗାଁର ବାସିନ୍ଦା। ଖାନ ବର୍ତ୍ତମାନ ପୁଲିସ ହେପାଜତରେ ରହିଛି।

ନରକଟିଆଗଞ୍ଜ ଏସଡିପିଓ କୁନ୍ଦନ କୁମାର କହିଛନ୍ତି, ଅଭିଯୁକ୍ତ ଖାନକୁ ଧମକ ଦେବା ଓ ଜୀବନରେ ମାରି ଦେବା ଅଭିଯୋଗରେ ଗିରଫ କରାଯାଇଛି। ମୁନ୍ନାକୁ ଜେରା କରାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହିଁ। ବିଧାୟକଙ୍କ ମ୍ୟାନେଜର ଏଫଆଇଆରରେ କହିଛନ୍ତି ଯେ, ବିଧାୟକ ଗୋରଖପୁରରୁ ପାଟନା ଯିବା ବେଳେ କେହି ଜଣେ ଫୋନ୍ କରିଥିଲା। କଲ୍ କରିଥିବା ବ୍ୟକ୍ତି ୨୫ ଲକ୍ଷ ଟଙ୍କା ଦାବି କରିବା ସହ ଧମକ ମଧ୍ୟ ଦେଇଥିଲା। ଟଙ୍କା ନମିଳିଲେ ବିଧାୟକଙ୍କ ପୂରା ପରିବାରକୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।

ଏସଡିପିଓ କୁମାର କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏସଆଇଟିର ତତ୍ଵାବଧାନରେ  ବରିଷ୍ଠ ଅଧିକାରୀ ମାମଲାର ଯାଞ୍ଚ କରି ନମ୍ବରକୁ ଟ୍ରାକ କରିଥିଲେ। ଏହା ପରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି।

   Related Posts