Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

୨୫ କିଲୋ ଚକୋଲେଟ୍‌ରେ ନିର୍ମିତ ଦୁର୍ଗା ମୂର୍ତ୍ତି, ବିସର୍ଜନ ପରେ ପିଲାଙ୍କୁ ବଣ୍ଟାଯିବ ମିଲ୍କଶେକ୍

16/10/2021 at 9:09 AM

କୋଲକାତା ୧୬/୧୦: କୋଲକାତାର ଏକ ପ୍ରସିଦ୍ଧ ବେକେରୀ ଶୃଙ୍ଖଳା ଦୁର୍ଗା ମା’ଙ୍କର ୨୫ କିଲୋଗ୍ରାମ ଚକୋଲେଟ୍ ପ୍ରତିମା ତିଆରି କରିଥିଲେ, ଯାହା ଆଜି କ୍ଷୀରରେ ବିର୍ସଜନ କରାଯିବ ଏବଂ ତା’ପରେ ପ୍ରସ୍ତୁତ ମିଲ୍କଶେକ୍ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ବେଲଜିୟମ ଚକୋଲେଟରେ ନିର୍ମିତ ଚାରି ଫୁଟ ଉଚ୍ଚର ମୂର୍ତ୍ତି ଚର୍ଚ୍ଚାର ବିଷୟ ପାଲଟିଛି।

PunjabKesari

ବେକେରୀର ମୁଖପାତ୍ର କହିଛନ୍ତି ଯେ ପୂଜାଦିନ ପାର୍କ ଷ୍ଟ୍ରିଟରେ ଥିବା ହାତ ତିଆରି ମୂର୍ତ୍ତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା। ରୋଷେୟା ବିକାଶ କୁମାର ଏବଂ ତାଙ୍କ ଟିମ ଏକ ସପ୍ତାହରୁ ଅଧିକ ସମୟ ମଧ୍ୟରେ ଉତ୍ତର କୋଲକାତା କୁମ୍ଭାରଟୋଲିର କୁମ୍ଭାର କେନ୍ଦ୍ର ପରିଦର୍ଶନ କରି ବହୁ ଜ୍ଞାନ ସଂଗ୍ରହ କରି ଏହାକୁ ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।

PunjabKesari

ଏହି ଟିମ୍ ଏହାର ମୂଳକୁ ଦୃଢ କରିବା ଏବଂ ପ୍ରତିମା ଉପରେ ଥିବା ଖାଲଗୁଡ଼ିକୁ ଲୁଚାଇବା ପାଇଁ ‘କୋକୋ ବଟର’ ବ୍ୟବହାର କରିଥିଲେ। ଆଜି ଏହି ପ୍ରତିମାକୁ କ୍ଷୀରରେ ବିର୍ସଜନ କରାଯିବ ଏବଂ ଏଥିରୁ ନିର୍ମିତ ମିଲ୍କଶେକ୍‌କୁ ମଧ୍ୟ କୋଲକାତାର ବଞ୍ଚିତ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।

   Related Posts