୨୫ ଜୁନ୍ ୧୯୭୫ : ଜରୁରିକାଳୀନ ପରିସ୍ଥିତିକୁ ୪୬ ବର୍ଷ, ଏମରଜେନ୍ସି ଜାରି କରିଥିଲେ ଇନ୍ଦିରା ଗାନ୍ଧି

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୬: ୪୬ ବର୍ଷ ପୂର୍ବେ ଅର୍ଥାତ ୧୯୭୫ ମସିହା ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲଗାଇଥିଲେ ଜରୁରୀକାଳୀନ ପରିସ୍ଥିତି । ଏହି ଜରୁରୀକାଳୀନ ବ୍ୟବସ୍ଥା ୧୯୭୭ ମସିହା ମାର୍ଚ୍ଚ ୨୧ ଯାଏଁ ଜାରି ରହିଥିଲା । ସେହି ସମୟରେ ଜୁନ ୨୫-୨୬ ମଧ୍ୟ ରାତିରେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲୀ ମହମ୍ମଦଙ୍କ ଦସ୍ତଖତ କରିବା ପରେ ଦେଶରେ ପ୍ରଥମ ଥର ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା ।

ଜରୁରୀକାଳୀନ ଲାଗୁ କରାଯିବାର ଦିନ ଅର୍ଥାତ ଜୁନ ୨୫ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ କଳା ଦିନ କୁହାଯାଏ । ଏହା ପ୍ରାୟ ୨ ବର୍ଷ ଯାଏଁ ରହିଥିଲା । କୁହାଯାଇଥାଏ ଯେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ପଦକ୍ଷେପ ଉପରେ ଆମେରିକାର ନଜର ଥିଲା । କାରଣ ତାଙ୍କ ଘରେ ଜଣେ ଆମେରିକୀୟ ଗୁପ୍ତଚର ଉପସ୍ଥିତ ଥିଲା । ମାତ୍ର ସେହି ଘଟଣା କେତେ ସତ ଓ କେତେ ମିଛ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘରେ ୧୯୭୫ରୁ ୧୯୭୭ ମଧ୍ୟରେ ଜଣେ ଗୁପ୍ତଚର ଥିଲା । ଯିଏକି ପ୍ରତ୍ୟେକ ରାଜନୈତିକ ଗତିବିଧି ଆମେରିକାକୁ ଖବର ଦେଉଥିଲା । ଏହା କିଛି ବର୍ଷ ପୂର୍ବରୁ ଭିକିଲିକ୍ସ ସ୍ପଷ୍ଟ କରିଥିଲା । ଜରୁରୀକାଳୀନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘରେ ଉପସ୍ଥିତ ଗୁପ୍ତଚରର ତାଙ୍କର ରାଜନୈତିକ ପଦକ୍ଷେପ ଉପରେ ନଜର ଥିଲା । ସେ ସବୁ ତଥ୍ୟ ଆମେରିକୀୟ ଦୂତାବାସଙ୍କୁ ସୂଚନା ଦେଉଥିଲା ।

wp:preformatted

  /wp:preformatted

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.