ଇସ୍ତଫା ଦେଇପାରନ୍ତି ୟେଦି, ରେସରେ ପ୍ରହଲ୍ଲାଦ ଯୋଶୀ ଓ ନିରାନୀ

Published By : Prameya-News7 Bureau | July 25, 2021 IST

କର୍ଣ୍ଣାଟକ ୨୫/୭ : ଆଜି ଇସ୍ତଫା ଦେଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା । ନିକଟରେ ସେ ଘୋଷଣା କରିଥିଲେ ଯେ ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ ହେବା ପରେ ସେ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିବେ । ଏବେ ଉତ୍ତରାଧିକାରୀ ଦୌଡରେ ରାଜ୍ୟ ସରକାରରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି ।

ତେବେ ଯୋଶୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି । କିନ୍ତୁ ନିରାନୀ କହିଛନ୍ତି ଯେ ଦଳ ତରଫରୁ ଯାହା ଆଦେଶ ମିଳିବ ତାହା ସେ ପାଳନ କରିବେ । ୨୦୦୪ ମସିହାରୁ ଧରୱାଡରୁ ସାଂସଦ ଥିବା ୫୮ ବର୍ଷୀୟ ଯୋଶୀ କହିଛନ୍ତି ଯେ ୟେଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ କେହି ତାଙ୍କ ସହ କଥା ହୋଇନାହାଁନ୍ତି । କେବଳ ଗଣମାଧ୍ୟମ ହିଁ ଏ ପ୍ରସଙ୍ଗରେ ଆଲୋଚନା କରୁଛି ।

ତେଣୁ ଏହା ଉପରେ ମନ୍ତବ୍ୟ କରିବାର କୌଣସି ଆବଶ୍ୟକତା ନାହିଁ । ଯେତେବେଳେ ଯାହା ହେବ ତା ସମସ୍ତେ ଜାଣିପାରିବେ । ଏଥିସହ ସେ କହିଛନ୍ତି ଯେ ସିଏମ ପଦବୀ ସମ୍ପର୍କରେ କୌଣସି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.