ଟ୍ରକ୍‌କୁ ପଛପଟୁ ଧକ୍କାଦେଲା ବସ୍, ୨୫ଯାତ୍ରୀ ଆହତ

Published By : Prameya-News7 Bureau | October 30, 2019 IST

ବ୍ରହ୍ମପୁର ୩୦|୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ୨୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":177006}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ‘ସିଲ୍କ ସିଟି’ ନାମକ ବସ୍ ଗଞ୍ଜାମ ବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ କୁ ପଛପଟୁ ବସ୍ ଟି ଧକ୍କା ଦେବା ଯୋଗୁଁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସ୍ ରେ ଥିବା ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.