Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଚୀନ୍‌ରେ କରୋନା ଭାଇରସ ଆତଙ୍କ : ସବୁଠୁ ପ୍ରଭାବିତ ଉହାନରେ ଫସିଛନ୍ତି ୨୫ ଭାରତୀୟ, ସିଙ୍ଗାପୁର ଓ ଭିଏତନାମାକୁ ବ୍ୟାପିଲାଣି ଭାଇରସ

24/01/2020 at 10:21 AM

ନୂଆଦିଲ୍ଲୀ ୨୪।୦୧: ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ପାଇଁ ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି  । ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ଚୀନରେ ପ୍ରାୟ ୨୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି । ସେହିପରି ୮୦୦ ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଚୀନର ଶିକ୍ଷାନଗରୀ ଉହାନରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଅଧିକାଂଶ ମୃତ୍ୟୁ ଏହି ସହରରେ ହିଁ ହୋଇଛି । ଏହି ଭୂତାଣୁକୁ ବ୍ୟାପିବାରୁ କିପରି ରୋକାଯାଇପାରିବ ସେ ନେଇ ଚୀନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣ ବ୍ୟାପିବା ଭୟ ଥିବାରୁ ଚୀନର ଲୁନାର ନ୍ୟୁ ଇୟର ପାଳନକୁ ମଧ୍ୟ ବାତିଲ କରାଯାଇଛି ।

ଉହାନ ସହରରେ ପ୍ରାୟ ୭୦୦ ଭାରତୀୟ ଛାତ୍ରଛାତ୍ରୀ ରହି ପାଠପଢୁଛନ୍ତି । ଚୀନରେ ଏବେ ଚୀନ ନୂଆବର୍ଷ ଉପଲକ୍ଷେ ଛୁଟି ଥିବାରୁ ଭାରତୀୟ ଛାତ୍ରଛାତ୍ରୀମାନେ ଭାରତକୁ ଫେରୁଛନ୍ତି । ତେଣୁ ସେମାନେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଉହାନ ସହରରେ ଭାରତର ୨୫ଜଣ ଛାତ୍ରଛାତ୍ରୀ ଫସିରହିଥିବା ଜଣାପଡିଛି । ସମସ୍ତ ଛାତ୍ରଛାତ୍ରୀ କେରଳ । ଏବଂ ସେମାନେ ସେଠାକୁ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିଲେ । ତେବେ ଉହାନ ସହର ବାହାରକୁ ଯେପରି ଭାବେ ନବ୍ୟାପିବ , ସେଥିପାଇଁ ସହରରେ ଥିବା ଲୋକଙ୍କ ଅଟକାଯାଇଛି । କରୋନ ଭାଇରସ ଭାରତ ପାଇଁ ଏକ ଚିନ୍ତାଜନକ ବିଷୟ, କାରଣ ସେହି ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ବସବାସ କରନ୍ତି ।

ସେହପରି ଭାରତର ବିଭିନ୍ନ ବିମାନବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ କଡା ସ୍ବାସ୍ଥ୍ୟବସ୍ଥା ଚେକ୍‌ କରାଯାଉଛି । ଭାରତର ଦିଲ୍ଲୀ, ମୁମ୍ବାଇ, କୋଲକାତା ବିମାନବନ୍ଦରେ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚୀନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଗଭୀରତା ସହ ଏହି ମାମଲାକୁ ଗୁରୁତ୍ବ ସହ ନେଇଛି । ସହାୟତା ପାଇଁ  ଦୁଇଟି ହେଲ୍ପଲାଇନ ନମ୍ବର 8618612083629 , +8618612083617 ଜାରି କରାଯାଇଛି । ସେପଟେ ଗୁରୁବାର ଦେଶର ବିଭିନ୍ନ ବିମାନବନ୍ଦରରେ ୬୦ଟି ବିମାନରେ ଆସିଥିବା ପ୍ରାୟ ୧୨ ହଜାର ୮୨୮ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି ।

କରୋନା ଭାଇରସ ଏବେ ଚୀନର ନିକଟବର୍ତ୍ତୀ ଦେଶକୁ ବ୍ୟାପିବାରେ ଲାଗିଛି । ଚୀନ ସୀମାନ୍ତକୁ ଲାଗିଥିବା ସିଙ୍ଗାପୁର, ଭିଏତନାମାକୁ ବ୍ୟାପିସାରିଲାଣି । ଭାଇରସକୁ ନଜର ରଖି ଦୁଇ ଦେଶର ସରକାର କଡା ପଦକ୍ଷେପ ଗ୍ରହଣ କରିସାରିଛନ୍ତି । ଏହି ଭାଇରସ ଦ୍ବାରା ମୃତ୍ୟୁ ହୋଇଥିବା ୨୫ଜଣଙ୍କ ମଧ୍ୟରୁ ୨୪ଜଣ କେବଳ ଚୀନର ହୁବାଇ ପ୍ରାନ୍ତର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ନିମୋନିଆର ଆକ୍ରାନ୍ତ ହୋଇଥିବା ୮୩୦ ରୋଗୀ ଚିହ୍ନଟ ହୋଇଛନ୍ତି । ଭାଇରସ୍‌ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ବୟସ  ପାଖାପାଖି  ୭୦ ବର୍ଷ ହୋଇଥିବା ଜଣାପଡିଛି ।  ୮୯ବର୍ଷର ସବୁଠାରୁ ବ୍ୟୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ବର୍ଷର ଜଣେ କମ୍‌ ବୟସ୍କ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।

ସେହପରି  ସାଉଦି ଆରବରେ କାର୍ଯ୍ୟ କରୁଥିବା କେରଳର ଜଣେ ନର୍ସଙ୍କ ଠାରେ ଏହି ଭାଇରସ ଚିହ୍ନଟ ହୋଇଛି । ସଂପୃକ୍ତ ନର୍ସଙ୍କୁ ଉପଯୁକ୍ତ ଚିକିତ୍ସା ଯେପରି ମିଳିପାରିବ ସେନେଇ ବ୍ୟବସ୍ଥା କରିବାକୁ କେରଳ ମୁଖ୍ୟମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଜରିଆରେ ସାଉଦି ସରକାରଙ୍କୁ ଅନୁରୋଧ କରିଛନ୍ତି । ନର୍ସ ଜଣଙ୍କ ରିଆଦର ଅଲ ହୟାତ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ।

   Related Posts